ରାଜ୍ୟରେ କରୋନା ନେଲା ପ୍ରଥମ ନାବାଳକର ଜୀବନ, ଏମକେସିଜିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ରାଜ୍ୟରେ ପ୍ରଥମ ଥର ଲାଗି କରୋନାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଏମକେସିଜି ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ନାବାଳକ ଜଣଙ୍କର ମୃତ୍ୟୁ ହୋଇଛି ।
ବ୍ରହ୍ମପୁର: ରାଜ୍ୟରେ ପ୍ରଥମ ଥର ଲାଗି କରୋନାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଏମକେସିଜି ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ନାବାଳକ ଜଣଙ୍କର ମୃତ୍ୟୁ ହୋଇଛି । ନାବାଳକ ଜଣଙ୍କ ରକ୍ତଜନିତ ରୋଗରେ ଗୁରୁତର ଥିଲେ ।

ନାବାଳକର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ତେବେ ମୃତ ନାବାଳକର ବୟସ ୧୦ ବର୍ଷ । ଗତ ଶନିବାର ନାବାଳକଟି ମେଡିକାଲରେ ଭର୍ତ୍ତି ହୋଇଥିଲା ।
ସେପଟେ ଆଜି ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ମାମଲାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪,୮୭୩କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରୁ ଆଜି ୨୦୯ ନୂଆ ପଜିଟିଭ ମାମଲା ରହିଛି ।












Click it and Unblock the Notifications