ଲଣ୍ଡନରେ ନିର୍ମାଣ ହେବ ଭବ୍ୟ ଜଗନ୍ନାଥ ମନ୍ଦିର, ୨୫୦ କୋଟି ଟଙ୍କା ଦାନ କଲେ ଓଡ଼ିଆ ଉଦ୍ୟୋଗପତି
ଭୁବନେଶ୍ୱର:ବ୍ରିଟେନର ରାଜଧାନୀ ଲଣ୍ତନରେ ନିର୍ମାଣ ହେବ ଭବ୍ୟ ଜଗନ୍ନାଥ ମନ୍ଦିର । ମନ୍ଦିର ନିର୍ମାଣ ପାଇଁ ୨୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଓଡ଼ିଆ ବ୍ୟବସାୟୀ ବିଶ୍ୱନାଥ ପଟ୍ଟନାୟକ । ଲଣ୍ତନସ୍ଥିତ ଶ୍ରୀଜଗନ୍ନାଥ ସୋସାଇଟି ଏହି ଦାନ ଟଙ୍କାରେ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।
ଲଣ୍ତନରେ ମନ୍ଦିର ପାଇଁ ଜାଗା ଚିହ୍ନଟ ହୋଇସାରିଥିବା ବେଳେ ୨୦୨୪ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ ରଖାଯାଇଛି । ଅକ୍ଷୟ ତୃତୀୟା ଅବସରରେ ଲଣ୍ତନରେ ଆୟୋଜିତ ଶ୍ରୀଜଗନ୍ନାଥ ସମ୍ମିଳନୀ ଅବସରରେ ପୁରୀ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମନ୍ଦିର ନିର୍ମାଣ ନେଇ ଘୋଷଣା ହୋଇଛି ।

ଫିନ୍ନେଷ୍ଟ କମ୍ପାନୀର ଦୁଇ ଜଣ ଓଡ଼ିଆ ଉଦ୍ୟୋଗୀଙ୍କ ମିଳିତ ସହଯୋଗରେ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବ । ଫିନ୍ନେଷ୍ଟ ଗ୍ରୁପ୍
ଅଫ୍ କମ୍ପାନୀସ୍ ଚେୟାରମ୍ୟାନ୍ ତଥା ପ୍ରତିଷ୍ଠାତା ଅରୁଣ କର ବ୍ରିଟେନର ଶ୍ରୀ ଜଗନ୍ନାଥ ସୋସାଇଟିକୁ ଏହି ଟଙ୍କା ଦାନ କରିଛନ୍ତି । ପବିତ୍ର
ଅକ୍ଷୟ ତୃତୀୟା ଦିନ ବ୍ରିଟେନର ଶ୍ରୀ ଜଗନ୍ନାଥ ସୋସାଇଟି ଦ୍ୱାରା ଲଣ୍ତନରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ଶ୍ରୀଜଗନ୍ନାଥ ସମ୍ମିଳନୀ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇ । ଏହି ଅବସରରେ ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ପୁରୁଷୋତ୍ତମ କ୍ଷେତ୍ରର ବିଶେଷତ୍ୱ ବିଷୟରେ ବ୍ୟାଖ୍ୟା କରିଥିଲେ ଗଜପତି ମହାରାଜ ସୂଚନା ଅନୁସାରେ ପ୍ରାୟ ୧୫ ଏକର ଜମି ପାଇଁ ୭୦ କୋଟି ଟଙ୍କା ଦେଇସାରିଛି ଫିନ୍ନେଷ୍ଟ କମ୍ପାନୀ । ଅକ୍ଷୟ ତୃତୀୟା ଦିନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୬ ଶହରୁ ଅଧିକ ଲୋକ ଯୋଗ ଦେଇଥିଲେ ।












Click it and Unblock the Notifications