Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ ପ୍ରଥମ: ଏମ୍ସରେ ପଙ୍ଗୁ ପ୍ରାୟ ରୋଗୀଙ୍କ ଦୁଇ ଆଣ୍ଠୁ ଓ ଦୁଇ ହିପ୍‌ର ସଫଳ ପ୍ରତିରୋପଣ

ଭୁବନେଶ୍ୱର ଏମ୍ସ ଅସ୍ଥିଶଲ୍ୟ ବିଭାଗର ବଡ଼ ସଫଳତା । ପଙ୍ଗୁ ପ୍ରାୟ ରୋଗୀଙ୍କର ଦୁଇ ଆଣ୍ଠୁ ଓ ଦୁଇ ହିପ୍ ବା ନିତମ୍ବ ଗଣ୍ଠିର ସଫଳ ମିଳିତ ପ୍ରତିରୋପଣ କରାଯାଇଛି । ଏହି ବିରଳ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ।

AIIMS

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ଅସ୍ଥିଶଲ୍ୟ ବିଭାଗର ବଡ଼ ସଫଳତା । ପଙ୍ଗୁ ପ୍ରାୟ ରୋଗୀଙ୍କର ଦୁଇ ଆଣ୍ଠୁ ଓ ଦୁଇ ହିପ୍ ବା ନିତମ୍ବ ଗଣ୍ଠିର ସଫଳ ମିଳିତ ପ୍ରତିରୋପଣ କରାଯାଇଛି । ଏହି ବିରଳ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ।

କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ର ଜଣେ ୩୭ ବର୍ଷୀୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ରହୁଥିଲେ । ସ୍ୱାଭାବିକ ଭାବେ ଚାଲିବା ବଦଳରେ ଉକ୍ତ ମହିଳା ଜଣଙ୍କ ଗୁରୁଣ୍ଡିବା ଆରମ୍ଭ କରିଥିଲେ । ସେ ଭୀଷଣ ଯନ୍ତ୍ରଣା ଅନୁଭବ କରିବା ସହ ବିନା କୌଣସି ଉପକରଣ ସାହାଯ୍ୟରେ ଛିଡ଼ା ମଧ୍ୟ ହୋଇପାରୁ ନଥିଲେ । ଯନ୍ତ୍ରଣା ବଢ଼ିବାରୁ ସେ ଏମ୍‌ସର ଅସ୍ଥିଶଲ୍ୟ(ଅର୍ଥୋପେଡିକ୍‌) ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ। ମହିଳାଙ୍କର ଉଭୟ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠି(ହିପ୍‌)ର ପ୍ରତିରୋପଣ ଆବଶ୍ୟକ ଥିବା ଅସ୍ଥିଶଲ୍ୟ ଡାକ୍ତରମାନେ କହିଥିଲେ।

ଏମ୍ସରେ ପରୀକ୍ଷାନୀରିକ୍ଷା ପରେ ଦୁଇ ଆଣ୍ଠୁ ଓ ଦୁଇ ହିପର ପ୍ରତିରୋପଣ ଏକାଠି କରାଯିବାର ଆବଶ୍ୟକ ଥିବା ଡାକ୍ତରୀ ଦଳ ଅନୁଭବ କରିଥିଲେ । ଏମ୍ସ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସୁଜିତ କୁମାର ତ୍ରିପାଠୀ ଏବଂ ଡାକ୍ତର ମଂଟୁ ଜୈନଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣ କରିଛନ୍ତି । ଅତ୍ୟନ୍ତ ସତର୍କତାର ସହ ପ୍ରଥମେ ଡାକ୍ତରୀ ଦଳ ଦୁଇ ନିତମ୍ବ ଗଣ୍ଠିର ପ୍ରତିରୋପଣ ପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରିଛନ୍ତି । ପରେ ଯନ୍ତ୍ରଣା କମିବା ସହ ତୃତୀୟ ଦିନରେ ମହିଳା ଜଣକ ଚାଲିବା ଆରମ୍ଭ କରିଥିଲେ ।

ଏହି ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ସମୟ ନେଇଥିଲା। ରୋଗୀଙ୍କୁ ଦୁଇ ଦିନ ପାଇଁ ଆଇସିୟୁରେ ରଖାଯାଇଥିଲା। ପରେ ଅନେକାଂଶରେ ଯନ୍ତ୍ରଣା କମିଥିଲା ଓ ମହିଳାଜଣଙ୍କ ତୃତୀୟ ଦିନରେ ହିଁ ଚାଲିବା ଆରମ୍ଭ କରିଥିଲେ। ଏମ୍ସ ଭୁବନେଶ୍ୱରର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସୁଜିତ କୁମାର ତ୍ରିପାଠୀ ଓ ଡାକ୍ତର ମଣ୍ଟୁ ଜୈନଙ୍କ ନେତୃତ୍ୱରେ ଏକ ଯୁବ ଓ ଦକ୍ଷ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣକୁ ସଫଳତାର ସହିତ ଶେଷ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+