ଓଡିଶାରେ ପ୍ରଥମ: ବିନା ମୂଲ୍ୟରେ ଅମ୍ଲଜାନ ଯୋଗାଇବ 'ଅମୃତ ଧାରା'
କୋଭିଡ଼ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲ୍ଥ ଏଣ୍ଡ ୱଲ୍ନେସ୍ ଗ୍ରୁପ୍ (OSA-HWG) "ଅମୃତ ଧାରା" ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳି ଭଳି ଏକ ଅଭିନବ ପ୍ରୟା
ଭୁବନେଶ୍ବର: କୋଭିଡ଼ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲ୍ଥ ଏଣ୍ଡ ୱଲ୍ନେସ୍ ଗ୍ରୁପ୍ (OSA-HWG) "ଅମୃତ ଧାରା" ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳି ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।
ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଓଡ଼ିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲ୍ଟର୍ ପଟିଆ ବିଗବଜାର ସ୍ଥିତ Trishna Banquet ଠାରେ ଆରମ୍ଭ କରାଯାଇଅଛି । ଅକ୍ସିଜେନ୍ ଅବଶ୍ୟକତା ଥିବା କୋଭିଡ଼ ରୋଗୀଙ୍କୁ ଏକ ଅନୁମୋଦିତ କୋଭିଡ୍ ହସ୍ପିଟାଲ୍ ରେ ବେଡ଼୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳରେ ଅମ୍ଳଜାନ ଯୋଗାଇଦେଇ ତାଙ୍କୁ ହାଇପୋକ୍ସିୟାରୁ (ବ୍ଲଡ୍ ଅମ୍ଳଜାନ ସ୍ତରରେ ଡ୍ରପ୍) ରୁ ବଞ୍ଚାଯାଇ ପାରିବ। ଏହା କୋଭିଡ୍ ଜନିତ ଚିକିତ୍ସା କେନ୍ଦ୍ର ନହେଲେ ମଧ୍ୟ ଡ଼ାକ୍ତର ଏବଂ ନର୍ସଙ୍କ ଉପସ୍ଥିତି ଓ ପରାମର୍ଶରେ ଏକ ରୁ ଦୁଇ ଘଣ୍ଟା ଯାଏ ରୋଗୀଙ୍କୁ ଅମ୍ଳଜାନ ଦିଆଯିବ ।

ଏହି ଆଶ୍ରୟ ସ୍ଥଳରେ ଅମ୍ଳଜାନ ସହ ଖାଦ୍ୟ, ଆବଶ୍ୟକ ସ୍ଥଳେ ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ଆଗାମୀ ଦିନରେ ପୋଷ୍ଟ କୋଭିଡ୍ ସେଣ୍ଟର ଭାବରେ ଏହା ପ୍ରଶଂସନିୟ ହେବ ବୋଲି ଆଶା ପ୍ରକାଶ କରାଯାଉଛି। ଏହି ସେଣ୍ଟର୍ ସହ ଯୋଗାଯୋଗ କରିବାପାଇଁ ଦୁଇଟି ନମ୍ୱର୍ ୭୮୯୪୪୩୩୮୨୯ ଓ ୮୦୯୩୮୨୨୩୨୨ ଜାରି ହୋଇଛି।
ଏହାର ଉନ୍ମୋଚନ ଅବସରରେ ସୁଶାନ୍ତ କୁମାର ରାଉତ, ବିଧାୟକ ଭୁବନେଶ୍ଵର-ଉତ୍ତର, ଡ଼ା. ପ୍ରିୟବ୍ରତ ଧିର୍, ସ୍ପର୍ଶ ହସ୍ପିଟାଲ୍ ମୁଖ୍ୟ ପରିଚାଳକ, ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର, ଡ଼ା. ଅବିନାଶ ସାମଲ, ଏମ୍ପ୍ରିଓ ଗୃପର ମୁଖ୍ୟ, ଡ଼ା ଅମ୍ରିତ ପାଟ୍ଟଯୋଶୀ, ପ୍ରଫେସର୍ ହାଇଟେକ ମେଡିକାଲ, ପ୍ରଭିନ୍ ଅଗରୱାଲ୍, ସମାଜସେବୀ ଏବଂ ଯୋନାଲ୍ ଡେପୁଟି କମିଶନର ପୁରନ୍ଦର୍ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications