କ୍ୟାପିଟାଲ ହସ୍ପିଟାଲରେ ସ୍ଥାପିତ ହେଲା ରାଜ୍ୟର ପ୍ରଥମ 'ମାଆ କ୍ଷୀର ଭଣ୍ଡାର'

ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ପ୍ରଥମ 'ହ୍ୟୁମାନ ମିଲ୍କ ବ୍ୟାଙ୍କ' ବା 'ମାଆ କ୍ଷୀର ଭଣ୍ଡାର' ପ୍ରତିଷ୍ଠା କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଜନ୍ମ ସମୟରେ ମାତୃ କ୍ଷୀରରୁ ବଞ୍ଚିତ ହେଉଥିବା ନବଜାତ ଶିଶୁମାନଙ୍କ ପାଇଁ ଠିକ୍ ସମୟରେ କ୍ଷୀର ଯୋଗାଇ

Human Milk Bank in Odisha: ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ପ୍ରଥମ 'ହ୍ୟୁମାନ ମିଲ୍କ ବ୍ୟାଙ୍କ' ବା 'ମାଆ କ୍ଷୀର ଭଣ୍ଡାର' ପ୍ରତିଷ୍ଠା କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଜନ୍ମ ସମୟରେ ମାତୃ କ୍ଷୀରରୁ ବଞ୍ଚିତ ହେଉଥିବା ନବଜାତ ଶିଶୁମାନଙ୍କ ପାଇଁ ଠିକ୍ ସମୟରେ କ୍ଷୀର ଯୋଗାଇ ଦେବା । ରାଜ୍ୟରେ ପ୍ରଥମଥର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି ।

Human Milk Bank in Odisha

ରାଜଧାନୀ ଚିକିତ୍ସାଳୟରେ ଦୁଗ୍ଧ ଭଣ୍ଡାର (ସିଏଲଏମ୍‌ସି) Comprehensive Lactation Management Centre (CLMC)ର ଶୁଭାରମ୍ଭ ହୋଇଛି। ଯାହାକି ରାଜ୍ୟରେ ପ୍ରଥମ ଓ ଦେଶର ୩୪ତମ ବୋଲି ଜଣାପଡିଛି । ଦେଶର ପ୍ରଥମ ମାନବ ଦୁଗ୍ଧ ବ୍ୟାଙ୍କ 1989 ରେ ମୁମ୍ବାଇର ଡାକ୍ତରଖାନାରେ ପ୍ରତିଷ୍ଠା କରାଯାଇଥିଲା। ସୋମବାର ଶିଶୁ ବିଭାଗ ଠାରେ ବିଧିବଦ୍ଧଭାବେ ଉଦଘାଟିତ ହୋଇଛି ।

ପ୍ରଥମ ଦିନରେ ଦୁଇ ମା'ଙ୍କ କ୍ଷୀରକୁ ଏହି କେନ୍ଦ୍ରରେ ସଂରକ୍ଷିତ କରାଯାଇଥିବା ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଥିବାବେଳେ ଏହି ଭଣ୍ଡାର ଦ୍ବାରା ଉଭୟ ମା' ଏବଂ ଶିଶୁ ଉପକୃତ ହେବେ । ଦୁଗ୍ଧ ଭଣ୍ଡାର ଖୋଲିବା ପରେ ଏଠାରେ ସଂରକ୍ଷିତ ହୋଇ ରହିବ ମା' କ୍ଷୀର।

ବିଶେଷକରି ଶିଶୁ ଜନ୍ମ ଦେବା ସମୟରେ ବହୁ ମହିଳାଙ୍କ ଠାରେ ଦୁଗ୍ଧ ସୃଷ୍ଟି ହୁଏ ନାହିଁ । ଫଳରେ ନବଜାତ ଶିଶୁମାନେ ସମସ୍ୟାରେ ପଡ଼ନ୍ତି । ହେଲେ ଏବେ ଏହି ସମସ୍ୟା ବହୁ ପରିମାଣରେ ଦୂର ହୋଇପାରିବ । ଅନ୍ୟପକ୍ଷରେ ଅନେକ ସମୟରେ କିଛି ମହିଳାଙ୍କ ଠାରେ ନବଜାତ ଶିଶୁ ଲୋଡ଼ୁଥିବା ଠାରୁ ଅଧିକ ଦୁଗ୍ଧ ସୃଷ୍ଟି ହୋଇଥାଏ । ଏହା ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦର କାରଣ ହୋଇଥାଏ । ତେଣୁ ସେଭଳି କ୍ଷେତ୍ରରେ ମହିଳାମାନେ ଏହି ଦୁଗ୍ଧ ଭଣ୍ଡାରକୁ ଦାନ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+