ଜ୍ୟୋତିର୍ମୟୀ ମହାନ୍ତି ଓଡ଼ିଆ ବୈଜ୍ଞାନିକ, ଦେଶର ପ୍ରଥମ ମହିଳା ଭାବେ ପାଇବେ IUPAC ପୁରସ୍କାର
ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ IUPAC ପକ୍ଷରୁ ପୁରସ୍କୃତ କରାଯିବ । ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି ।

ଭୁବନେଶ୍ବର: ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ IUPAC ପକ୍ଷରୁ ପୁରସ୍କୃତ କରାଯିବ । ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ରସାୟନ ବିଜ୍ଞାନ କ୍ଷେତ୍ରରେ ଜ୍ୟୋତିର୍ମୟୀ ଅର୍ଜନ କରିଥିବା କୃତିତ୍ୱ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିବା ସହ ଭବିଷ୍ୟତ ସଫଳତା କାମନା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜ୍ୟୋତିର୍ମୟୀ ମହାନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ଗ୍ରାମର ବାସିନ୍ଦା ଅଟନ୍ତି । ସେ ବର୍ତ୍ତମାନ ପରମାଣୁ ଗବେଷଣା କେନ୍ଦ୍ରରେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ଯରତ। ସେ ହେଉଛନ୍ତି ଦେଶର ଅନ୍ୟତମ ବିଶିଷ୍ଟ ବୈଜ୍ଞାନିକ ରଶ୍ମିରଞ୍ଜନ ମାହାନ୍ତିଙ୍କ ସହଧର୍ମିଣୀ ଓ କଟକ ସହରର ଡାକ୍ତର ବୈକୁଣ୍ଠନାଥ ପାତ୍ରଙ୍କ ଝିଅ । ଏହି ପୁରସ୍କାର ୨୦୧୧ ମସିହାରୁ ପ୍ରତିବର୍ଷ ରସାୟନ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବୈଜ୍ଞାନିକ ମାନଙ୍କୁ ଦିଆ ଯାଇଥାଏ । ଚଳିତ ଥର ୧୨ ଜଣଙ୍କୁ ଏହି ପୁରସ୍କାର ଦେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିବା ବେଳେ ଦୀର୍ଘ ୧୨ ବର୍ଷ ପରେ ଦେଶର ଜଣେ ମହିଳାଙ୍କୁ ଏହି ସମ୍ମାନ ମିଳିଛି ।












Click it and Unblock the Notifications