ସ୍ମାର୍ଟ ସିଟିରେ ଚଳିତ ବର୍ଷର ପ୍ରଥମ ଜୀବନ ନେଲା ଡେଙ୍ଗୁ

ରାଜଧାନୀରେ ଡେଙ୍ଗୁ ନେଲା ପ୍ରଥମ ଜୀବନ । ମୃତକ ଜଣଙ୍କ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ଏବର୍ଷ ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ବୋଲି କୁହାଯାଉଛି।

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ନେଲା ପ୍ରଥମ ଜୀବନ । ମୃତକ ଜଣଙ୍କ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ଏବର୍ଷ ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ବୋଲି କୁହାଯାଉଛି। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗତ ୨ ତାରିଖରେ ସେ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଘଟଣା ସହରରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି ।

Dengue

ଅନ୍ୟପଟେ ଆଗକୁ ବର୍ଷା ଦିନ, ତେଣୁ ଡେଙ୍ଗୁ ରୋକିବାକୁ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦୁଇଟି ମେଡିକାଲ ଟିମ ପଠାଇ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରାଯାଉଛି । ଉଭୟ ଅଞ୍ଚଳକୁ ସ୍ବାସ୍ଥ୍ୟ ଟିମ୍ ସହ ମେୟର ସୁଲୋଚନା ଦାସ ଗସ୍ତ କରିଛନ୍ତି । ତୁରନ୍ତ ବୁଦା କଟାଯିବା ସହ ମଶା ଧୂଆଁ ଛାଡ଼ିବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଡମଣା ଓ ଶ୍ରୀବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ଘରୋଇ ଡାଇଗ୍ନୋଷ୍ଟିକ୍‌ରେ ପରୀକ୍ଷା ହେଉଥିବା ନମୁନା ମଧ୍ୟରୁ ୪ରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏପରିକି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ସବୁ ଘରୋଇ ହସ୍ପିଟାଲରେ ଏବେ ବହୁ ଡେଙ୍ଗୁ ଆକ୍ରାନ୍ତ ଭର୍ତ୍ତି ହୋଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+