ରାଜଧାନୀରେ ଡେଙ୍ଗୁ ନେଲା ପ୍ରଥମ ଜୀବନ : 15 ବର୍ଷର ନାବାଳକ ମୃତ
ରାଜଧାନୀରେ ଡରାଇଲାଣି ଡେଙ୍ଗୁ । ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା। ମୃତକ ଜଣକ ହେଲେ ୧୫ବର୍ଷର ବାଳକ।
ଭୁବନେଶ୍ୱର: ରାଜଧାନୀରେ ଡରାଇଲାଣି ଡେଙ୍ଗୁ । ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା। ମୃତକ ଜଣକ ହେଲେ ୧୫ବର୍ଷର ବାଳକ। ଗତ କିଛିଦିନ ଧରି ସେ ଜ୍ୱରରେ ପୀଡିତ ଥିଲେ। ଗତକାଲି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରାଯାଇଛି।

ସେପଟେ ରାଜଧାନୀରେ ଚିହ୍ନଟ ହୋଇଛନ୍ତି ୩୯୧ଜଣ ଡେଙ୍ଗୁ ଆକ୍ରାନ୍ତ । ଶୈଳେଶ୍ରୀ ବିହାର ଓ ନିଳାଦ୍ରି ବିହାରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୧୫ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରୁ ଯାଇ ୪୦୦ ପାଖାପାଖି ପହଞ୍ଚିଲାଣି । ସେପଟେ ବିଏମସି ପକ୍ଷରୁ କୁହଯାଇଛି ଡେଙ୍ଗୁ ମଶା ଜନ୍ମ ହୋଇଥିବା ୪୬୪ଟି ଜାଗା ଚିହ୍ନଟ ହୋଇଛି । ମଶା ଜନ୍ମ ହୋଇଥିବା ୧ହଜାର ୯୩ଟି ସ୍ଥାନକୁ ନଷ୍ଟ କରାଯାଇଛି ।
ତେବେ ଶୈଳଶ୍ରୀ ବିହାରର ମୃତ୍ୟୁବରଣ କରିଥିବା ବାଳକ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ଅଥବା ଅନ୍ୟକିଛି କାରଣ ରହିଛି ତାହା ଜାଣିବାକୁ ବିଏମସି ପକ୍ଷରୁ ତନାଘନା ଜାରି ରହିଥିବା ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ଅନ୍ତର୍ଜାମି ମିଶ୍ର କହିଛନ୍ତି। ସେପଟେ ଡେଙ୍ଗୁ ପ୍ରତିକାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସଫେଇ ଓ ମଶାଧୂଆଁ ଛାଡିବା ଆଦି କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ବିଏମସି ନର୍ଥ ଯୋନ ଯୋନଲ ଡେପୁଟି କମିଶନର।












Click it and Unblock the Notifications