ଆଜି ଶ୍ରାବଣ ପ୍ରଥମ ସୋମବାର, ଚଳଚଞ୍ଚଳ ଶୈବପୀଠ
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏନେଇ ରାଜ୍ୟର ସମସ୍ତ ଶୈବପୀଠ ଚାଳଚଞ୍ଚଳ। ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ଚାରିଦିଗ । ଭଗବାନ ଶଙ୍କରଙ୍କୁ ଜଳଲାଗି କରିବା ପାଇଁ ମନ୍ଦିରରେ ଲାଗିଛି କାଉଡ଼ିଆଙ୍କ ଭିଡ଼।
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏନେଇ ରାଜ୍ୟର ସମସ୍ତ ଶୈବପୀଠ ଚାଳଚଞ୍ଚଳ। ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ଚାରିଦିଗ । ଭଗବାନ ଶଙ୍କରଙ୍କୁ ଜଳଲାଗି କରିବା ପାଇଁ ମନ୍ଦିରରେ ଲାଗିଛି କାଉଡ଼ିଆଙ୍କ ଭିଡ଼। ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବୋଲବମ ଭକ୍ତଙ୍କ ଭିଡ଼କୁ ଲକ୍ଷ କରି ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ପ୍ରସ୍ତୁତି ହୋଇଛି । କାଉଡ଼ିଆଙ୍କ ଭିଡ଼କୁ ଲକ୍ଷ୍ୟ କରି ରାସ୍ତାରେ ଯେପରି କୌଣସି ପ୍ରକାର ଟ୍ରାଫିକ ସମସ୍ୟା ସୃଷ୍ଟି ନହୁଏ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।
ରବିବାର ଠାରୁ ଅହରାତ୍ର ପୁଲିସ ପ୍ରହରା ଚାଲୁ ରହିଛି । ଏହି ପୁଲିସ ଆୟୋଜନ ଚାରି ପାଳି ସୋମବାର ପର୍ଯ୍ୟନ୍ତ ବଳବତ୍ତର ରହିବ । ଚଳିତ ଶ୍ରାବଣ ମାସରେ ପଡୁଥିବା 4ଟି ସୋମବାରକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ନିମନ୍ତେ ଜଣେ ଆଡିସନାଲ ଡିସିପି, 5 ଜଣ ଏସିପି, 8 ଜଣ ଇନ୍ସପେକ୍ଟର, 43ଜଣ ଏସଆଇ ଏବଂ ଏଏସଆଇ, 6ପ୍ଲାଟୁନ ଫୋର୍ସ ଏବଂ 50ଜଣ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି ।
ଜରୁରୀ ସେବା ପାଇଁ ଓଡ୍ରାଫ ଟିମ୍ ଓ ଫାୟାର ବିଭାଗକୁ ମଧ୍ୟ ସଜାଗ ରହିବା ନିମନ୍ତେ ନିର୍ଦ୍ଦେଶ ରହିଛି । ସେହିପରି ମନ୍ଦିର ବେଢାରେ ମଧ୍ୟ ବ୍ୟାରିକେଡର ବ୍ୟବସ୍ଥା କରଯାଇଛି। ଏଥିସହ ଫାଷ୍ଟେଡ଼୍ ୟୁନିଟ ଏବଂ ମୋବାଇଲ ମେଡ଼ିକାଲ ୟୁନିଟକୁ ସଜାଗ ରହିଛନ୍ତି। ଶ୍ରଦ୍ଧାଳୁ ଏବଂ କାଉଡ଼ିଆ ଯେପରି ବିନା ଅସୁବିଧାରେ ମନ୍ଦିରରେ ଜଳଲାଗି କରି ଫେରିବେ ସେ ନେଇ ହୋଇଛି ବ୍ୟବସ୍ଥା।












Click it and Unblock the Notifications