ରାଜ୍ୟରେ ପ୍ରଥମ ବ୍ଳାକ୍ ଫଙ୍ଗସ୍ ସନ୍ଦିଗ୍ଧଙ୍କ ମୃତ୍ୟୁ, ବୁର୍ଲା ଭିମ୍ସାରରେ ହେଉଥିଲେ ଚିକିତ୍ସିତ
ବୁର୍ଲା ଭୀମସାରରେ ରାଜ୍ୟର ପ୍ରଥମ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ।
ସମ୍ବଲପୁର: ବୁର୍ଲା ଭୀମସାରରେ ରାଜ୍ୟର ପ୍ରଥମ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ।
ମୃତ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ୍ ରୋଗର ଲକ୍ଷଣ ଥିବା ସେ କହିଛନ୍ତି । ମୃତକ ଜଣଙ୍କର ନମୁନା ପରୀକ୍ଷା ପାଇଁ ଭୀମସାର କତ୍ତୃପକ୍ଷ ଭୁବନେଶ୍ୱରକୁ ପଠାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ବ୍ଲାକ ଫଙ୍ଗସ କି ନୁହଁ ସ୍ପଷ୍ଟ ହୋଇନାହିଁ । ୫ରୁ ୬ ଦିନ ତଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ଭିମସାରରେ ଆଉ ତିନିଜଣ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ ଚିକିତ୍ସିତ ହେଉଥିବା ଭୀମସାର ଅଧିକ୍ଷକ ସୂଚନା ଦେଇଛନ୍ତି । ସମସ୍ତଙ୍କ ନମୁନାକୁ ଭୁବନେଶ୍ୱରକୁ ପଠା ହୋଇଛି । ସେଠାରୁ ରିପୋର୍ଟ ଆସିବା ପରେ ହିଁ ଏହି ସମସ୍ତ ରୋଗୀ ବ୍ଲାକ ଫଙ୍ଗସରେ ପୀଡିତ କି ନୁହଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ ।
ଓଡ଼ିଶାରେ ଜଣେ ରୋଗୀ ଏହି ରୋଗରେ ପୀଡ଼ିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିବାବେଳେ ଆଉ ୨୫ ଜଣ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗତକାଲି ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଉକ୍ତ ରୋଗୀଙ୍କ ବୟସ ୭୧ ବର୍ଷ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା।












Click it and Unblock the Notifications