ବୁର୍ଲା ଭିମସାରରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ
ସମ୍ବଲପୁର ବୁର୍ଲା ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ପରେ ବୁର୍ଲାରେ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ ଏନେଇ ସୂଚନା ଦେଇଛନ୍ତି ।
ସମ୍ବଲପୁର: ସମ୍ବଲପୁର ବୁର୍ଲା ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ପରେ ବୁର୍ଲାରେ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ ଏନେଇ ସୂଚନା ଦେଇଛନ୍ତି ।

ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗୁଜରାଟରେ କୋଭିଡ ପଜିଟିଭ ଚିହ୍ନଟ ହୋଇ ସୁସ୍ଥ ହୋଇଥିଲେ । ସେ ୧୫ ଦିନ ତଳେ ନିଜ ଘରକୁ ଆସିଥିଲେ । ସେ ଘରେ ରହିଥିବା ସମୟରେ ତାଙ୍କ ନାକତଳେ କିଛି ଅସୁବିଧା ଅନୁଭବ କରିବାରୁ ବୁର୍ଲା ଇଏନଟି ବିଭାଗକୁ ଆସି ଦେଖାଇଥିଲେ । ଡାକ୍ତରମାନେ ଯାଞ୍ଚ କଲା ପରେ ଏହା ବ୍ଲାକ ଫଙ୍ଗସ ବୋଲି ଜାଣିପାରିଥିଲେ । ଆଉ ତୁରନ୍ତ ଏହାର ଚିକିତ୍ସା ଆରମ୍ଭ କରିଥିଲେ ।

ରାଜ୍ୟ ସରକାର ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସକୁ ମହାମାରୀ ଅଧିସୂଚିତ ରୋଗ ଘୋଷଣା କରିଛନ୍ତି । ପୂର୍ବରୁ ସରକାର ବ୍ଲାକ ଫଙ୍ଗସ୍ ପାଇଁ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ କମିଟି ମଧ୍ୟ ଗଠନ କରିଛନ୍ତି । ବିଶେଷକରି କରୋନା ଚିକିତ୍ସା ବେଳେ ରୋଗୀଙ୍କୁ ଦିଆଯାଉଥିବା ଷ୍ଟେରଏଡ୍ ଯୋଗୁଁ ରୋଗ ପ୍ରତିଷେଧକ ଶକ୍ତି ହ୍ରାସ ପାଉଛି ଫଳରେ ବ୍ଲାକ ଫଙ୍ଗସ୍ ଭଳି ଗୁରୁତର ରୋଗ ହେଉଛି ।












Click it and Unblock the Notifications