ପ୍ରଥମେ କେନ୍ଦ୍ରମନ୍ତ୍ରୀ , ପରେ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ବୈଠକ, ବିଜେପିରେ ସାମିଲ ହେବେ କି ଅରିନ୍ଦମ?
ଭୁବନେଶ୍ୱର: ପ୍ରଥମେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ବୈଠକ ,ଏବେ ଜିଲ୍ଲା ସଭପତି ପ୍ରକାଶ ବେହେରାଙ୍କ ସହ ଅରିନ୍ଦମଙ୍କ ବୈଠକ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ , ଏଭଳି ସମୟରେ ଅରିନ୍ଦମଙ୍କ ଗତି କୁଆଡ଼େ ବୋଲି ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି । କାରଣ ବିଜେଡିରେ ଥାଇ ବି ପ୍ରଥମେ ଜାନୁଆର ୭ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଭେଟି ରୁଦ୍ଧ ଦ୍ୱାର ବୈଠକ କରିଥିଲେ ।
ଯାହାର ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଏହାର କିଛି ଦିନ ପରେ ଅର୍ଥାତ୍ ଜାନୁଆରୀ ୧୨ରେ ଅରିନ୍ଦମ ଯୁବ ସମାବେଶ ଆୟୋଜନ କରିଥିଲେ । ତାହାର କିଛି ଦିନ ପରେ ଜାନୁଆରି ୧୨ ତାରିଖରେ ଅରିନ୍ଦମ କଟକ ଇନ୍ କଟକ ପରିସରରେ ଯୁବ ସଂକଳ୍ପ ସମାବେଶ ଆୟୋଜନ କରିଥିଲେ । ସେହି ସମାବେଶରେ ଯଦିଓ ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ମେୟର ସୁବାସ ସିଂହ ଓ ବିଜେଡିର କିଛି କର୍ପୋରେଟର ଯୋଗ ଦେଇଥିଲେ କିନ୍ତୁ ବିନା ବିଜେଡି ବ୍ୟାନରରେ ଅରିନ୍ଦମଙ୍କ ସେହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା ।

ଅନ୍ୟ ଦଳରୁ ନିର୍ବାଚନ ଲଢିବା ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ ହେବାରୁ ସେ ତାହାକୁ ସ୍ପଷ୍ଟ ଭାବେ ଖଣ୍ଡନ ନ କରି ଦେଖିବା ଆଗକୁ ପୂର୍ବରୁ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ ଅରିନ୍ଦମ କଣ ହେଉଛି ବୋଲି ମତ ଦେଇଥିଲେ । ସେ କୌଣସି ସୀମା ଭିତରେ ରହି ଲୋକଙ୍କ ପାଇଁ କାମ କରିବାକୁ ଚାହୁଁ ନାହାନ୍ତି ବୋଲି ଅରିନ୍ଦମ କହିଥିଲେ ।
ବର୍ତ୍ତମାନ ବିଜେପିର କଟକ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କ ସହିତ ଏକାଠି ବସିଥିବାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭଇରାଲ ହେବାରେ ଲାଗିଛି । ଏହି ଫଟୋକୁ ନେଇ ଅରିନ୍ଦମ ବିଜେପି ଆଡେ ଢ଼ଳୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି












Click it and Unblock the Notifications