STF ଉପରକୁ ଫାୟାରିଂ, ଛଡାଇ ନେଲେ ଗୋରୁଗାଡ଼ି
STF ଉପରକୁ ଫାୟାରିଂ କରି ଛଡାଇ ନେଲେ ଗୋରୁଗାଡ଼ି
କେନ୍ଦୁଝର: STF ଉପରକୁ ଫାୟାରିଂ କରି ଛଡାଇ ନେଲେ ଗୋରୁଗାଡ଼ି । ୧୦ ରୁ ୧୫ ରାଉଣ୍ତ ଗୁଳିମାଡ଼ କରି ଗୋଚାଲାଣକାରୀ ଖସି ପଳାଇବାରେ ସଫଳ ହୋଇଛନ୍ତି । ଆତ୍ମରକ୍ଷା ପାଇଁ ଏସଟିଏଫ୍ ୨ ରାଉଣ୍ତ ଗୁଳି କରିଥିବା ନେଇ ସୂଚନା ରହଛି । ୫ଟି ଗୋରୁ ବୋଝେଇ କଣ୍ଟେନରକୁ STF ପିଛା କରୁଥିବା ବେଳେ ଜୁଡିଆ ଘାଟିରେ ଗୁଳି ଚଳାଇ ଏକ୍ସଟ ଗାଡ଼ିରେ ଖସିଗଲେ ଗୋଚାଲାଣକାରୀ । ୨ଟି ଗାଡିକୁ ଟାଉନ ପୋଲିସ ଅଟକାଇବା ପାଇଁ ସଫଳ ହୋଇଥିବା ବେଳେ ଅନ୍ୟ ୩ଟି କିରେଇଟାଙ୍ଗିରି ଟୋଲଗେଟ୍ ବାରିକେଟ୍ ଭାଙ୍ଗି ଖସି ପଳାଇବାରେ ସଫଳ ହେଲେ ।

ଅଟକ ରହିଥିବା ୨ଟି ଗାଡ଼ିର ଡ୍ରାଇଭରଙ୍କୁ ପଚରାଉଚରା କରୁଛି ପୋଲିସ । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଦେଇ ପ୍ରାୟ ପ୍ରତ୍ୟକ ଦିନ ବେଆଇନ ଗୋରୁ ଚାଲାଣ ହେଉଛି । ଏହାକୁ ରୋକିବା ପାଇଁ ଭୁବନେଶ୍ୱରରୁ ଏକ ଏସଟିଏଫ୍ ଟିମ୍ ଏବଂ ଟାଉନ ଥାନା ପୋଲିସ ଏକ ଟିମ୍ ଗଠନ କରିଥିଲା । ଯେଉଁଥିରେ ଏସଟିଏଫ ଟିମରେ ଜଣେ ଡ଼ିଏସପି ଏବଂ ୩ ଜଣ ଇନିସ୍ପପେକ୍ଟର ଏବଂ ୧୫ ଜଣ ପୋଲିସ ଥିଲେ । ଏହି ଟିମ୍ ୨ଟି ଗାଡ଼ି ଜବତ କରିବା ସହ ଦୁଇ ଜଣ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ତେବେ ୫ଟି ଗୋରୁ ବୋଝେଇ କଣ୍ଟେନର ଗାଡିକୁ ଏସ୍କର୍ଟ କରି ନେଉଥିବା ସମୟରେ ପୋଲିସ ଉପରେ ଗୁଳିମାଡ଼ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications