ପୋଲସରାରେ ରାଜନୈତିକ ହିଂସା, ଫୁଟିଲା ଗୁଳି ଜଣେ ଗୁରୁତର
ପୋଲସରା : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଯେତିକି ପାଖଉଛି ରାଜ୍ୟରେ ସେତିକି ତେଜୁଛି ନିର୍ବାଚନୀ ହିଂସା । ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି । ପୋଲସରା ତୋଟାସାହିର ଜଣଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ ହୋଇଛି ।
ଏଥିରେ ଜଣେ ଗୁରୁତର ଆହତ ହୋଇ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି । ଘଟଣା ସ୍ଥଳରେ ପୋଲସରା ପୁଲିସ ପହଞ୍ଚି ଦୁଇଟି ଗାଡି, ମୋବାଇଲ, ୩ ଖୋକା ଜବତ କରିଛି । ବର୍ତ୍ତମାନ ନିର୍ବାଚନର ସମୟ । ତେଣୁ ଅଶାନ୍ତ ହୋଇଛି ପୋଲସରା । ହୁଏତ ରାଜନୈତିକ କିମ୍ବା ପୂର୍ବ ଶତୃତାକୁ ନେଇ ଏପରି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

ଖଲ୍ଲିକୋଟ୍ ହିଂସାକାଣ୍ଡକୁ କେଇ ଘଣ୍ଟା ବିତିନଥିବା ବେଳେ ପୁଣି ପୋଲସରାରୁ ଆସିଛି ଏପରି ରାଜନୈତିକ ହିଂସା କାଣ୍ଡ । ଖଲ୍ଲିକୋଟ୍ ହିଂସା ମାମଲାରେ ୮ଜଣଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଖୋଜୁଛି । ତେବେ ପୋଲସରାରେ ଘଟିଥିବା ଗୁଳିକାଣ୍ଡକୁ ନେଇ ଏବେ ସୁଦ୍ଧା ଅଧିକ ସୂଚନା ମିଳିପାରିନାହିଁ












Click it and Unblock the Notifications