କଟକ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ
କଟକ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ

କଟକ : କଟକ ପାଲାମଣ୍ଡପ ପାଖ ପୁରୀ ବସଷ୍ଟାଣ୍ଡରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗୋଟିଏ ବସ୍ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ପରିସ୍ଥିତି ଏପରି ହୋଇଥିଲା ଯେ ଗୋଟିଏ ବସର ନିଆଁ ଅନ୍ୟ ବସକୁ ବ୍ୟାପିବାରେ ଲାଗିଥିଲା । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଏଜାବତ୍ ଜଣା ପଡି ନାହିଁ । ନିଆଁ ଲାଗିଥିବା ବସଟି ସେଠାରେ ଚାରି ମାସ ଧରେ ପଡ଼ି ରହିଥିବା ଜଣାପଡିଛି । ବସଟିର ବ୍ୟାଟେରୀ କେହି ଚୋରି କରି ନେଇଥିବା ବେଳେ କିଭଳି ବସରେ ନିଆଁ ଲାଗିଲା ଏହାକୁ ନେଇ ସନ୍ଦେହ ଦେଖା ଦେଇଛି ।












Click it and Unblock the Notifications