ଟାୟାର ଫାଟି ଜଳିଗଲା ବସ୍: ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଯାତ୍ରୀ

ଜଳିଗଲା ବସ୍ । ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଯାତ୍ରୀ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଜାତୀୟ ରାଜପଥ ୨୬ରେ ହୁତ ହୁତ୍ ହୋଇ ଜଳିଗଲା ଘରୋଇ ବସ । ଆଉ ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଯାତ୍ରୀ । ବସର ଟାୟାର ଫାଟିଯିବାରୁ ଏହିପରି ଦୁର୍ଘଟଣା ଦେଖିବାକୁ ମିଳିଛି ।

ଟାୟାର ଫାଟି ଯିବାରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡିଥିଲେ । ଏହାପରେ ହଠାତ ବସରେ ନିଆଁ ଲାଗି ଯାଇଥଲା। ଏହା ସହ ହୁତ ହୁତ ହୋଇ ଜଳି ଯାଇଥିଲା ବସ୍ ।

ନବରଙ୍ଗପୁର ୨୬ ନମ୍ବର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ ଜଳିଯାଇଛି । ଆଜି ସକାଳ ୬ ଟାବେଳେ ଏହି ଅଘଟଣ ଘଟିଛି। ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪୦ ଜଣ ବସ ଯାତ୍ରୀ ।

bus_fire

ସୂଚନାନୁସାରେ, ହାଇଦ୍ରାବାଦରୁ ଗୁପ୍ତା ନାମକ ଏକ ଯାତ୍ରୀବାହୀ ବସ ସିନାପାଲି ଯାଉଥିଲା । ତେବେ ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ବସର ଚକା ଫାଟି ହଠାତ୍ ନିଆଁ ଲାଗିଯାଇଥିଲା। ଏହାଦେଖି ଯାତ୍ରୀମାନେ ବସରୁ ତୁରନ୍ତ ଓହ୍ଲାଇଯାଇଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ବସଟି ସମ୍ପୂର୍ଣ ଜଳିଯାଇଥିଲା । ପରେ ଅନ୍ୟଏକ ବସରେ ଯାତ୍ରୀମାନଙ୍କୁ ସିନାପାଲି ପଠାଯାଇଛି ।

ବସଟି ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି କାଲାହାଣ୍ଡି ଜିଲ୍କା ସିନାପାଲି ଯାଉଥିଲା । ବୋରିଗୁମ୍ମାରେ ଟାୟାର ଫାଟିଥିଲା । ଏହାପରେ ଗାଡ଼ିରେ ଥିବା ୪୦ରୁ ଅଧିକ ଯାତ୍ରୀ ବସରୁ ତଳକୁ ଓଲାଇ ଯାଇଥିଲେ। ଏତିକିବେଳେ ଗାଡ଼ିରେ ନିଆଁ ଲାଗିଥିଲା।

ପ୍ରତ୍ୟକ୍ଷଦର୍ଶୀ ଏ ନେଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତେବେ ନିଆଁ ଲିଭାଇବା ପରେ ବି ବସଟି ସଂପୂର୍ଣ୍ଣ ପୋଡିଯାଇଛି । ଏହା ପରେ ଅନ୍ୟ ଏକ ବସ ଯୋଗେ ଯାତ୍ରୀଙ୍କୁ ସିନାପାଲ୍ଲୀ ପଠାଯାଇଛି। ବସରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+