ଚୌଦ୍ୱାର ଚାରବାଟିଆ ARCରେ ଅଗ୍ନିକାଣ୍ଡ
ଚୌଦ୍ୱାର ଚାରବାଟିଆ ଏଆରସିରେ ଆଜି ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏଆରସି ବା ଆଭିଏସନ ରିସର୍ଚ୍ଚ ସେଣ୍ଟର ପରିସରର ଏକ ସ୍ଥାନରେ ନିଆଁ ଲାଗିଛି ।
କଟକ: ଚୌଦ୍ୱାର ଚାରବାଟିଆ ARCରେ ଆଜି ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏଆରସି ବା ଆଭିଏସନ ରିସର୍ଚ୍ଚ ସେଣ୍ଟର ପରିସରର ଏକ ସ୍ଥାନରେ ନିଆଁ ଲାଗିଛି । ନିଆଁଙ୍କୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ କଟକ ଓ ଚୌଦ୍ୱାର 10ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।

କିନ୍ତୁ କେଉଁ ପରିସ୍ଥିତିରେ ନିଆଁ ଲାଗିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପ୍ରାୟ ୪ ଘଣ୍ଟା ଧରି ନିଆଁ ଲାଗିଥିବା ସୂଚନା ମିଳିଛି । ଏଆରସିରେ ହୋଇଥିବା ଅଗ୍ନିକାଣ୍ଡର କ୍ଷୟକ୍ଷତି ବିଷୟରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ । ଅନ୍ୟପଟେ ଏଆରସିରେ ଥିବା ଗୋଳାବାରୁଦ ସୁରକ୍ଷିତ ଅଛି ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।
ପୂର୍ବରୁ ମଧ୍ୟ ୨୦୧୭ ମସିହା ମାର୍ଚ୍ଚ ୩ ତାରିଖରେ ARC ପରିସରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ।












Click it and Unblock the Notifications