ନଖରା ରିଲାଏନ୍ସ ପେଟ୍ରୋଲ ପମ୍ପ ପଛରେ ଅଗ୍ନିକାଣ୍ଡ
ଫୁଲନଖରା ନିକଟସ୍ଥ ବମ୍ଫକୁଦ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ । ପେଟ୍ରୋଲ ପମ୍ପ ପଛପଟେ ଥିବା ଜଙ୍ଗଲରେ ଲାଗିଲା ନିଆଁ ।
କଟକ: ଫୁଲନଖରା ନିକଟସ୍ଥ ବମ୍ଫକୁଦ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ । ପେଟ୍ରୋଲ ପମ୍ପ ପଛପଟେ ଥିବା ଜଙ୍ଗଲରେ ଲାଗିଲା ନିଆଁ । ଭୟରେ ପେଟ୍ରୋଲ ପମ୍ପ୍ ଛାଡ଼ି ପଳାଇଲେ କର୍ମଚାରୀ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ ।

ପରେ ଆଖ ପାଖ ଅଞ୍ଚଳରୁ ସମସ୍ତଙ୍କୁ ଖାଲି କରାଯାଇଛି। ନିଆଁର ଧୁଆଁ ପୁରା ଆକାଶକୁ ଛୁଉଁଛି। ତେବେ ନିଆଁ ଲାଗିବା କାରଣରୁ ଯେମିତି ପେଟ୍ରୋଲ ପମ୍ପକୁ କୌଣସି କ୍ଷତି ନପହଞ୍ଚେ ସେଥିପାଇଁ ପେଟ୍ରୋଲ ପମ୍ପ୍ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।












Click it and Unblock the Notifications