ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ: ଜଳିଗଲା ୩ଟି କଟେଜ୍, ଅଳ୍ପକେ ବର୍ତ୍ତିଲେ ଆଇପିଏସ୍
ସାତକେୋଶିଆ ଇକୋ ରିଟ୍ରିଟରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳିଗଲା ୩ଟି କଟେଜ୍ । ଭୋର 5ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।
କଟକ: ସାତକେୋଶିଆ ଇକୋ ରିଟ୍ରିଟରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳିଗଲା ୩ଟି କଟେଜ୍ । ଭୋର 5ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଛନ୍ତି ଆଇପିଏସ୍ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ । ସୋସିଆଲ ମିଡିଆରେ ପୋଷ୍ଟ କରି ଏହା ଜଣାଇଛନ୍ତି ସଞ୍ଜୀବ । କାହାରି କୌଣସି କ୍ଷତି ହୋଇନଥିବା ବେଳେ ସୁରକ୍ଷିତ ଭାବେ ବାହାରିଥିବା ସେ କହିଛନ୍ତି ।

ତେବେ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଇକୋ ରିଟ୍ରିଟରେ ୨୭ ଟି ଟେଣ୍ଟ ହାଉସ ଥିବାବେଳେ ସେଥିରୁ ୩ଟି ଡିଲକ୍ସ କଟେଜ୍ ଥିଲା । ଅନ୍ୟ ୨୪ ଟି ଟେଣ୍ଟରେ ୪୦ ଜଣ ପର୍ଯ୍ୟଟକ ଥିବା ବେଳେ ଏହି ୩ ଟି ଡିଲକ୍ସ ଟେଣ୍ଟରେ କେହି ପର୍ଯ୍ୟଟକ ନଥିଲେ ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ ଇକୋ ରିଟ୍ରିଟ ଠାରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ ଏବଂ ଘଟଣାସ୍ଥଳ ବୁଲି ଦେଖିଥିଲେ।












Click it and Unblock the Notifications