ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ପୀଠରେ ଭୟାବହ ଅଗ୍ନିକାଣ୍ଡ
ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୀପ ଲଗାଇବା ସ୍ଥାନ ବା ଦୀପ ଗୃହରେ ଲାଗିଛି ନିଆଁ ।
ବ୍ରହ୍ମପୁର: ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୀପ ଲଗାଇବା ସ୍ଥାନ ବା ଦୀପ ଗୃହରେ ଲାଗିଛି ନିଆଁ । ଫଳରେ ଦୀପ ଗୃହର ଭିତର ପୋଡ଼ି ଯାଇଥିବା ବେଳେ ଦୁଆର ବନ୍ଧ ସବୁ କ୍ଷତି ଘଟିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛି ।

ଏବେ ନବରାତ୍ରୀ ଚାଲିଥିବା ବେଳେ ଏପରି ଅଘଟଣକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ଶ୍ରଦ୍ଧାଳୁ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଘଟଣରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
ସୂଚନା ମୁତାବକ, ସକାଳୁ ସକାଳୁ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ମହାମାୟାଙ୍କ ଅଷ୍ଟମୀ ପୂଜା କରାଯାଇଥିଲା । ତେବେ ଦୀପ ଗୃହରେ ରଖାଯାଇଥିବା ଦୀପରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି ।












Click it and Unblock the Notifications