ବ୍ରହ୍ମପୁର MKCG ରେ ଅଗ୍ନିକାଣ୍ଡ, କୌଣସି କ୍ଷୟକ୍ଷତି ଘଟି ନାହିଁ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଏମକେସିଜି (MKCG) ମେଡିକାଲରେ ଅଗ୍ନିକାଣ୍ଡ । ସୁପର ସ୍ପେଶାଲିଟି ବ୍ଲକରେ ଅଗ୍ନିକାଣ୍ଡ ଘଟିଛି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଏନେଇ ଅଗ୍ନିଶମ ବାହିନୀକୁ ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଏମକେସିଜି (MKCG) ମେଡିକାଲରେ ଅଗ୍ନିକାଣ୍ଡ । ସୁପର ସ୍ପେଶାଲିଟି ବ୍ଲକରେ ଅଗ୍ନିକାଣ୍ଡ ଘଟିଛି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଏନେଇ ଅଗ୍ନିଶମ ବାହିନୀକୁ ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭା ସରିଛି । କେବଳ ଟିକେ ଧୂଆଁ ବାହାରୁଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି । ତେବେ କେଉଁ ପରିସ୍ଥିତିରେ ମେଡିକାଲ୍ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି। ୱାର୍ଡରେ ନିଆଁ ଲାଗିବା ପରେ ଭୟଭୀତ ହୋଇ ରୋଗୀମାନେ ବାହାରକୁ ଚାଲି ଆସିଥିଲେ। ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।












Click it and Unblock the Notifications