ଢେଙ୍କାନାଳ ପାଣିଓହଳା ପାହାଡ଼ରେ ଅଗ୍ନିକାଣ୍ତ
Odisha News: ଢେଙ୍କାନାଳ ପାଣିଓହଳା ପାହାଡ଼ରେ ଅଗ୍ନିକାଣ୍ତ । ଭୟଙ୍କର ନିଆଁରେ ଜଳିଗଲା ଶାଗୁଆନ, ଶାଳ, ଶିଶୁ ପରି ବହୁ ମୁଲ୍ୟବାନ ଗଛ । ଢେଙ୍କାନାଳ ଆଇଆଇଏମସି କେନ୍ଦ୍ର ତଥା ରାଜନଅର ପଛପଟ ପାହଡରେ ଅଗ୍ନିକାଣ୍ତ ଘଟିଥିଲା । ଯାହା ପରେ ଅଗ୍ନିଶମ ବିଭାଗ ଓ ଜଙ୍ଗଲ ବିଭାଗକୁ ଆଇଆଇଏମସି କେନ୍ଦ୍ର ସଂଯୋଜକ ଜିତେନ୍ଦ୍ର ପତି ଖବର ସୂଚନା ଦେଇଥିଲେ । ଯାହା ପରେ ପ୍ରାୟ ଦେଢ ଘଣ୍ଟା ପରେ ନିଆଁ ଆୟତ୍ତ କରାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଗ୍ନିକାଣ୍ଡରେ କୌଣସି ବନ୍ୟ ଜୀବଜନ୍ତୁଙ୍କର ମୃତ୍ୟୁ ହୋଇ ନାହିଁ ।

ପାଣିଓହଳା ପାହାଡ଼ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ତେବେ ପୂର୍ବରୁ ମଧ୍ୟ ଏହି ଜଙ୍ଗଲରେ ଅନେକ ଥର ନିଆଁ ଲାଗି ଥିବାର ଘଟଣା ସାମ୍ନାକୁ ଆସିଛି ।












Click it and Unblock the Notifications