SCBରେ ଅଗ୍ନିକାଣ୍ଡ, ନିଆଁ ଲାଗିବାର କାରଣ ଜଣା ପଡି ନାହିଁ
SCBରେ ଅଗ୍ନିକାଣ୍ଡ । କଟକ ବଡ଼ ଡାକ୍ତରଖାନାର ଆଞ୍ଚଳିକ ସିଟି ସ୍କାନ ରୁମ୍ରେ ଲାଗିଲା ନିଆଁ ।
କଟକ: SCBରେ ଅଗ୍ନିକାଣ୍ଡ । କଟକ ବଡ଼ ମେଡିକାଲର ଆଞ୍ଚଳିକ ସିଟି ସ୍କାନ ରୁମ୍ରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ନିଆଁ ଲାଗିବାର କାରଣ ଜଣାପଡି ନାହିଁ । ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣାରେ କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।

ଅଗ୍ନିକାଣ୍ଡ ଯୋଗୁ ଏହି ଗୃହରେ ଥିବା ଏସି, ଆସବାବପତ୍ର, କମ୍ପ୍ୟୁଟର ଓ କାଗଜପତ୍ର ପୋଡ଼ି ଯାଇଛି। ଆଜି ସକାଳେ କର୍ମଚାରୀମାନେ ସିଟି ସ୍କାନ ଗୃହ ଖୋଲିବା ପରେ ସେଥିରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିକାଣ୍ଡ ଯୋଗୁ ଆଞ୍ଚଳିକ ନିଦାନ କେନ୍ଦ୍ରରେ ସିଟି ସ୍କାନ ବନ୍ଦ ରହିଛି।
ସୂଚନାଯୋଗ୍ୟ, ଗତକାଲି କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ ଘଟିଥିଲା। ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ନିଆଁ ଲାଗିବାକ୍ଷଣି ଏହାକୁ ଆୟତ୍ତ କରି ଦିଆଯାଇଥିଲା। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ଶିଶୁ ଭବନର ବିଦ୍ୟୁତ୍ ସେବା ସାମୟିକ ଭାବେ ବିଚ୍ଛିନ୍ନ ହୋଇଥିଲା।












Click it and Unblock the Notifications