ଜଳୁଛି ଖୋର୍ଦ୍ଧା ବରୁଣେଇ ପାହାଡ ଜଙ୍ଗଲ
ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ରହିଛି ।
ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲିଭିବାକୁ ନା ନେଉଥିବା ବେଳେ ପୁଣି ଏକ ଜଙ୍ଗଲରେ ନିଆଁ ଲାଗିଛି । ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ରହିଛି ।

ତେବେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ରାଜନୈତିକ ସରଗରମ ସହ ତମ୍ବି ତୋଫାନ ଚାଲିଛି । ଶିମିଳିପାଳ ସମେତ ରାଜ୍ୟରେ ଏବେ ବି ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଛି ।
ତେବେ କେମିତି ଖୋର୍ଦ୍ଧା ବରୁଣେଇ ପାହାଡ ଜଙ୍ଗଲରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ । ଅନ୍ୟପଟେ ଜଙ୍ଗଲ ନିଆଁ ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରୁଛି ।












Click it and Unblock the Notifications