ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ
ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନ ୧ ନମ୍ବର ପ୍ଲାଟ ଫର୍ମଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳୁ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ ରେ ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବାବେଳେ ଏକ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ଯାହାଫଳରେ ସର୍ଟ ସର୍କିଟ ହୋଇ ପ୍ଲାଟଫର୍ମ ମଧ୍ୟରେ ଏବଂ ପ୍ଲାଟଫର୍ମ ବାହାରେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ରେଲୱେ ବିଭାଗର ବିଦ୍ୟୁତ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କୌଣସି ଜୀବନ ହାନୀ କିମ୍ବା ବିଶେଷ କ୍ଷତି ହୋଇ ନ ଥିଵା ସୂଚନା ମିଳିଛି। ଭୟଭୀତ ନହେବା ପାଇଁ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।













Click it and Unblock the Notifications