ଯାଜପୁରରେ ଜଳୁଛି ହୋଟେଲ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରୁଚିକା ହୋଟେଲ୍‌ ଭୟଙ୍କର ଅଗ୍ନିକାଣ୍ଡ | Fire Breaks Out at Jajpur Ruchika Hotel | ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇ ଥିବା ସୂଚନା ମିଳୁଛି ।

ଯାଜପୁର: ଯାଜପୁର ଟାଉନର ମେଡିକାଲ୍ ସାମ୍ନାରେ ଥିବା ରୁଚିକା ହୋଟେଲ୍‌ ଭୟଙ୍କର ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇ ଥିବା ସୂଚନା ମିଳୁଛି । ନିଆଁର ମାତ୍ରା ଏତେ ଅଧିକ ଯେ, ପାଖ ଦୋକାନକୁ ବ୍ୟାପିବାର ଆଶଙ୍କା ରହିଛି ।

Ruchika Hotel

ଗ୍ୟାସ ଲିକ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ବ୍ୟବସାୟୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀର ୩ଟି ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ।

ଆଜି ମଧ୍ୟାହ୍ନ ସମୟରେ ହୋଟେଲର ରୋଷେଇ ଘରୁ ହଠାତ ନିଆଁ ଲାଗିଯାଇଥିଲା। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ନିଆଁ ଚାରି ଆଡକୁ ବ୍ୟାପି ଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+