ବାଦାମବାଡ଼ି ଭରତିଆ ଟାୱାରରେ ଭୟାବହ ଅଗ୍ନିକାଣ୍ଡ
ବାଦାମବାଡ଼ି ସ୍ଥିତ ଭରତିଆ ଟାୱାରରେ ଲାଗିଲା ନିଆଁ । ଷଷ୍ଠ ମହଲାରେ ଲାଗିଛି ନିଆଁ । କାରଣ ଅସ୍ପଷ୍ଟ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ ।
କଟକ: ବାଦାମବାଡ଼ି ସ୍ଥିତ ଭରତିଆ ଟାୱାରରେ ଲାଗିଲା ନିଆଁ । ଷଷ୍ଠ ମହଲାରେ ଲାଗିଛି ନିଆଁ । କାରଣ ଅସ୍ପଷ୍ଟ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ । ନିଆଁ ଲାଗିବା ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ତେବେ ନିଆଁ ଲାଗିଥିବା ସ୍ଥାନରୁ ଜଣେ ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ପଞ୍ଚମ ମହଲାରେ ଟାୱାରର ରକ୍ଷଣାବେକ୍ଷଣ ପାଇଁ ଗୋଟିଏ ପରିବାର ରହୁଥିଲେ । ତାଙ୍କ ଘରେ ନିଆଁ ଲାଗି ଯାଇଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ହଠାତ୍ ନିଆଁ ଲାଗିଗଲା। ଟାୱାରର ସୁରକ୍ଷା କର୍ମୀ ଏବଂ ତାଙ୍କ ପରିବାର ପଞ୍ଚମ ମହଲାରେ ରହୁଥିଲେ। ଅଗ୍ନିକାଣ୍ଡରେ ଘରୋଇ ସାମଗ୍ରୀ, ଗ୍ୟାଜେଟ, ଆବଶ୍ୟକ ଦଲିଲ ଏବଂ ଇଲେକ୍ଟ୍ରୋନିକ୍ସ ସମେତ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ପୋଡି ହୋଇ ଯାଇଛି। "
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୌଭାଗ୍ୟବଶତ ନିଆଁ ଅନ୍ୟ କୋଠରୀକୁ ବ୍ୟାପି ନଥିଲା । ନଚେତ୍ କ୍ଷତି ଅଧିକ ହୋଇଥାନ୍ତା।
ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "କିଛି ବ୍ୟବସାୟୀ ଧୂଆଁ ଦେଖିବା ପରେ ଆଲାର୍ମ ବଜାଇଥିଲେ, ପରେ ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଅଗ୍ନିଶମ ବିଭାଗର କର୍ମଚାରୀ ତଥା ସ୍ଥାନୀୟ ଲୋକଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଲା ।












Click it and Unblock the Notifications