ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ଘରେ ଅଗ୍ନିକାଣ୍ଡ
ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ୮ଟାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ତାଙ୍କ ଘର ଦିଲ୍ଲୀର ୨୧, ମଦର ଟେରେସା କ୍ରେସେଣ୍ଟ ରୋଡରେ ଅବସ୍ଥିତ।

ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦଙ୍କ ଘରର ଏକ କୋଠରୀ ଭିତରେ ଏକ ଶଯ୍ୟାରେ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ, ଅଗ୍ନିଶମ ବିଭାଗର ଏକ ଦଳ ଘଟଣାର ତଦନ୍ତ କରୁଛି।












Click it and Unblock the Notifications