ଭୟାବହ ଅଗ୍ନିକାଣ୍ଡ: ୫ ଲକ୍ଷରୁ ଉର୍ଦ୍ଧ ସମ୍ପତ୍ତି ନଷ୍ଟ
ବଡମ୍ବା ମୁଗଗହୀରରେ ଭୟାବହ ଅଗ୍ନିକାଣ୍ଡ। ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ମୁଗ ଗହୀର ମୁଣ୍ଡିଆସାହି ଗାଁରେ ଚାରି ଭାଇଙ୍କର ଚାରି ବଖରା ଚାଳଛପର ଘର ପୋଡି ଯାଇଛି। ତେବେ ମୁଗଗହୀର ଗାଁର ଧଡ଼ି ଚୌଧୁରୀ, ସନ୍ତୋଷ ଚୌଧୁରୀ, ମହରଗି ଚୌଧୁରୀ, ଧର୍ମ
ବଡମ୍ବା: ବଡମ୍ବା ମୁଗଗହୀରରେ ଭୟାବହ ଅଗ୍ନିକାଣ୍ଡ। ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ମୁଗ ଗହୀର ମୁଣ୍ଡିଆସାହି ଗାଁରେ ଚାରି ଭାଇଙ୍କର ଚାରି ବଖରା ଚାଳଛପର ଘର ପୋଡି ଯାଇଛି । ତେବେ ମୁଗଗହୀର ଗାଁର ଧଡ଼ି ଚୌଧୁରୀ, ସନ୍ତୋଷ ଚୌଧୁରୀ, ମହରଗି ଚୌଧୁରୀ, ଧର୍ମ ଚୌଧୁରୀଙ୍କର ୫ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତ୍ତି ଓ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ପ୍ରତି ପରିବାରର ଭସ୍ମୀଭୂତ ସଂପତ୍ତିର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ପ୍ରାଥମିକ ଆକଳନରୁ କୁହାଯାଉଛି ।

ଖବର ପାଇ ସଙ୍ଗେ ସଙ୍ଗେ ବଡମ୍ବା ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଚାରି ବଖରା ଚାଳ ଘରେ ଥିବା ଆସବାପତ୍ର ଓ ଧାନ ସହ ଚାରି ପରିବାରର ପାଖାପାଖି ୫ଲକ୍ଷ ଟଙ୍କା ପୋଡି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଖବର ଲେଖାଯିବା ବେଳକୁ ବଡମ୍ବା ତହସିଲ, ବିଡିଓ କିମ୍ବା ରାଜସ୍ବ ନିରୀକ୍ଷକଙ୍କ ପକ୍ଷରୁ କେହି ସରକାରୀ ସହାୟତା ଓ ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବାସ୍ତୁହରା ଖୋଲା ଆକାଶ ତଳେ ପଡିଥିବା ଏହି ଅଗ୍ନିବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ତୁରନ୍ତ ପ୍ରଦାନ ପାଇଁ ଦୃଢ ଦାବି ହେଉଛି ।












Click it and Unblock the Notifications