ସତ୍ୟବିହାର ସ୍ଥିତ ଏକ ବାର୍ରେ ଅଗ୍ନିକାଣ୍ଡ, ବିନା ଲାଇସେନ୍ସରେ ବାର୍ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ
ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ବାର୍ରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ବିନା ଲାଇସେନ୍ସରେ ବାର୍ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ଚିଫ୍ ଫାୟାର ଅଫିସର ରମେଶ ମାଝୀ ସୂଚନା ଦେଇଛନ୍ତି।

ନିଆଁ ଲିଭା କାର୍ଯ୍ୟରେ ୨ ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା। ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇନି, ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଛି। ୯ଟା ୧୫ ସୁଦ୍ଧା ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା ବୋଲି ଚିଫ୍ ଫାୟାର ଅଫିସର କହିଛନ୍ତି।












Click it and Unblock the Notifications