ପୁରୀ ମାର୍କେଟ୍ କମ୍ପଲେକ୍ସରେ ଅଗ୍ନିକାଣ୍ତ, ଅଣନିଶ୍ୱାସୀ ହୋଇ ୨ ଜଣ ଅସୁସ୍ଥ
ପୁରୀ ସହରର ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ତ । ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ । ପ୍ରଥମ ମହଲାରେ ଥିବା ଏକ ଡ୍ରେସ ଦୋକାନରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି ।

ପୁରୀ:ପୁରୀ ସହରର ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ତ । ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ । ପ୍ରଥମ ମହଲାରେ ଥିବା ଏକ ଡ୍ରେସ ଦୋକାନରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି । ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ଅନେକ ଲୋକ ମାର୍କେଟ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲରେ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ ଯେ, ଏହି ମଲରେ ପ୍ରାୟ ୭୦ରୁ ୮୦ଟି ଦୋକାନ ରହିଛି । ନିଆଁ ଲିଭାଇବା ପାଇଁ ଏହି କମ୍ପ୍ଲେକସରେ ବ୍ୟବସ୍ଥା ନଥିବାରୁ ନିଆଁ ବ୍ୟାପି ଯାଇଛି । ରାତି ୮ଟା ରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି । ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ହେଲେ ନିଆଁ ଲିଭାଇବା ସମୟରେ କିଛି ଅଗ୍ନୀଶମ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାୟ ୬ଟି ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭାଉଛି । ଏହି ଭୟଙ୍କର ଅଗ୍ନିକାଣ୍ତରେ ପ୍ରାୟ ୪୦ଟି ଦୋକାନ ଜଳିଯାଇଛି ।
ତେବେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ।












Click it and Unblock the Notifications