ପୁରୀ ବସଷ୍ଟାଣ୍ଡରେ ଜଳିଗଲା 3ଟି ବସ
ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ବସଷ୍ଟାଣ୍ଡରେ ଥିବା ୩ଟି ବସରେ ନିଆଁ ଲାଗିଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।
ପୁରୀ: ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ବସଷ୍ଟାଣ୍ଡରେ ଥିବା ୩ଟି ବସରେ ନିଆଁ ଲାଗିଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରୁଛି।

ବସ ଷ୍ଟାଣ୍ଡରେ ଠିଆ ହୋଇଥିବା 3ଟି ବସରେ ହଠାତ୍ ନିଆଁ ଲାଗିଯାଇଛି । ତେବେ ଏଥିରେ କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚିନଥିବା ସୂଚନା ମିଳିଛି । ବସଷ୍ଟାଣ୍ଡରେ ବସଗୁଡିକ ଖାଲି ଥିଲେ । ଏହି ସମୟରେ ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକେ ଅଗ୍ନିଶମ ବିଭାଗ ଖବର ଦେଇଥିଲେ ।













Click it and Unblock the Notifications