୧ ନମ୍ବର ହାଟ ଭୂତଳ ମାର୍କେଟ୍‌ରେ ଅଗ୍ନିକାଣ୍ଡ ; ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ୧ ନମ୍ବର ହାଟ ଭୂତଳ ମାର୍କେଟ୍‌ରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଏକାଧିକ କପଡ଼ା ଦୋକାନ ଜଳିଗଲା, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

ରାଜଧାନୀ ଭୁବନେଶ୍ୱରସ୍ଥିତ ୧ ନଂ ଭୂତଳ ମାର୍କେଟ୍‌ରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ଏକାଧିକ କପଡ଼ା ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪/୫ ଘଣ୍ଟା ପରିଶ୍ରମ କରିବା ପରେ ଏହି ନିଆଁ ଆୟତ୍ତକୁ ଆସିଛି ।

Fire at ek number Haata

ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ମାତ୍ର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ (ବିଏମ୍‌ସି) ମେୟର ସୁଲୋଚାନା ଦାସ କହିଛନ୍ତି, ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା। ନଚେତ୍‌ ଏହା ଏକ ବଡ଼ ଅଘଟଣ ପାଲଟିଥାନ୍ତା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+