ରାତିରେ ଶୋଇଥିବା ବେଳେ ଜଳିଗଲା ୬ ବଖରା, ୬ ଗୋରୁ ଜୀବନ୍ତ ଦଗ୍ଧ
କୃଷ୍ଣପ୍ରସାଦ: ରାତିରେ ଶୋଇଥିବା ବେଳେ ଜଳିଗଲା ଘର । ଆଉ ଜଳି ଗଲେ ଗାଈ ଗୋରୁ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବାଲିପାଟପୁର ଗାଁରେ ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର । ଆଉ ନିଆଁରେ ପୋଡିହୋଇ ଜଣେ ଆହତ ହୋଇଥିବା ବେଳେ ୬ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଘରର ଆସବାବପତ୍ର ସହ ୪୦ ବସ୍ତା ଧାନ ପୋଡି ପାଉଁଶ ହୋଇ ଯାଇଛି ।
ବାଲିପାଟପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ପାଖ ପଡ଼ୋଶୀ ଘରେ ନିଆଁ ଲାଗିଯାଇଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ। ପରେ ଘରେ ଥିବା ଲୋକମାନେ ଜୀବନ ବିକଳରେ ଘରୁ ବାହାରକୁ ପଳାଇ ଆସିଥିଲେ। ହେଲେ ନିଆଁରେ ଘରର ସମସ୍ତ ଆସବାପତ୍ର ପୋଡ଼ିଯିବା ସହ ୪୦ ବସ୍ତା ଧାନ ପୋଡ଼ି ଯାଇଥିଲା। ନିଆଁରେ ୬ଟି ଗୋରୁ ଜୀବନ୍ତ ଦଗ୍ଦ ହୋଇଯାଇଥିଲେ । ୪ଟି ଗାଈ ପୋଡ଼ି ଯାଇଛନ୍ତି । ରୋଜଗାର ଦେଉଥିବା ୨ଟି ବଳଦ ମଧ୍ୟ ଜଳି ଯାଇଛନ୍ତି ।
କାଲି ଅମାବାସ୍ୟା ଥିବାରୁ ଘରର ସମସ୍ତ ଲୋକେ ପୟା ଡାକି ରାତି ୧୧ଟା ସମୟରେ ଶୋଇଥିଲେ। ଘରର ମୁରବୀ ଜଳନ୍ଧର ଜେନାଙ୍କ ହାତରେ ନିଁଆ ଲାଗି ଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି। ଏବେ ସାରା ପରିବାର ଖୋଲା ଆକାଶତଳେ ବିପନ୍ନ ହୋଇ ଦିନ କାଟୁଛନ୍ତି । ବାଲିପାଟପୁର ଗାଁରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ କ୍ଷତିପୂରଣ ଓ ସହାୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ସେହିପରି ବାଲିଅନ୍ତା ବ୍ଳକ ପ୍ରତାପୁରୁଦ୍ରପୁର ପାରିବାସୁ ଦେବପୁର ମଲ୍ଲିକ ସାହିରେ ବାଣରୁ ନିଆଁ ଲାଗି ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।ବାଣରୁ ନିଆଁ ଆସି ଗୁହାଳ ଘରେ ଲାଗି ଘରଟି ସମ୍ପୁର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ବେଳେ ସେଥିରେ ଥିବା ଗୋରୁ ୩ଟି ସମ୍ପୁର୍ଣ୍ଣ ଦଗ୍ଧ ହୋଇଯାଇଛନ୍ତି । କିଛି ସମୟ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।












Click it and Unblock the Notifications