ରାଜ୍ୟର ବିଭିନ୍ନ ସ୍ଥାନରେ ଦୀପାବଳିରେ ଅଘଟଣ; ଶତାଧିକ ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ବାଣ ଫୁଟାଇ ଅନେକ ଆହତ ହୋଇଛନ୍ତି । ଅଧିକାଂଶ ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଓ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।
ସୂଚନା ଅନୁଯାୟୀ, ଗତକାଲି ଦୀପାବଳିରେ କିଛି ଲୋକ ଆହତ ହୋଇଥିଲେ । କିଛି ଗୁରୁତରଙ୍କୁ ଗତକାଲି ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ କିଛିଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଆହତ ଚିକିତ୍ସା ପାଇଁ ଆସିଛନ୍ତି । କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଛନ୍ତି । ଛୋଟରୁ ବଡ଼, ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ଅନେକ ଆହତ ହୋଇଛନ୍ତି ।
କାହାର ହାତ ପୋଡ଼ି ଯାଇଥିଲା ତ କାହାର କାନ ମୁଣ୍ଡାରୁ ରକ୍ତ ଝରୁଥିଲା । କିଏ ନିଜ ଭୁଲ ପାଇଁ ଆହତ ହୋଇଥିଲା ତ ଆଉ କିଏ ଅନ୍ୟ ଭୁଲ ପାଇଁ ଆହତ ହୋଇ ହସ୍ପିଟାଲକୁ ଆସିଥିଲା ।

ସମ୍ବଲପୁର କ୍ଷେତରାଜପୁରରେ ଆପାର୍ଟମେଣ୍ଟର ୩ୟ ମହଲା ଜଳିଯାଇଛି। ଘରେ କେହି ନ ଥିବାରୁ ସୌଭାଗ୍ୟବଶତଃ ଜୀବନହାନି ଘଟିନି । ଏକ ଅଳିଆଗଦା ମଧ୍ୟ ବାଣ ନିଆଁରେ ପୋଡ଼ିଯାଇଛି ।
ଭଦ୍ରକର ବିଭିନ୍ନ ସ୍ଥାନରୁ ୮ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି । ବ୍ୟାସନଗର ଓ କୋରେଇ ଅଞ୍ଚଳରେ ଜଣେ ମହିଳା ସମେତ ୪ ଆହତ ହୋଇଛନ୍ତି । ନୂଆପଡ଼ାର ସିନାପାଲିରେ ବାଣ ପଡ଼ି ଏକ ଘର ଜଳିଗଲା । ବ୍ୟାସନଗର ପୌରାଞ୍ଚଳର ଦଳା ଓଭରବ୍ରିଜ୍ ନିକଟ ଆଦିବାସୀ ବସ୍ତିରେ ନିଆଁ ଲାଗି ୨ଟି ଘର ଜଳି ଯାଇଛି । ବାଣ ନିଆଁ ଘର ଉପରେ ପଡିବାରୁ ହଠାତ ନିଆଁ ଲାଗିଯାଇଥିଲା
ବାରିପଦାରେ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ କାଳୀ ମନ୍ଦିର ସାହିରେ ଏକ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ ଘଟିଛି । ଟେଣ୍ଟ ହାଉସ୍ ର ଗୋଦାମରେ ଭୀଷଣ ନିଆଁ ଲାଗିଛି । ବାଣରୁ ନିଆଁ ଲାଗିଥିବା କୁହାଯାଉଛି ।












Click it and Unblock the Notifications