ଜିଏସଟି ଅଧିକାରୀଙ୍କ ସହ ସୁନ୍ଦରଗଡ଼ ବିଧାୟିକାଙ୍କ ଯୁକ୍ତିତର୍କ

ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲା ରୁଜୁ । ଜିଏସଟି ଅଧିକାରୀଙ୍କ ଏତଲା ଆଧାରରେ ପାଇକମାଳ ଥାନାରେ ମାମଲା ରୁଜୁ ହୋଇଛି। ଗତକାଲି ପଦ୍ମପୁରରେ ଜିଏସଟି ରେଡ୍ ବେଳେ ବିଧାୟିକା ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି ।

ବରଗଡ: ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲା ରୁଜୁ । ଜିଏସଟି ଅଧିକାରୀଙ୍କ ଏତଲା ଆଧାରରେ ପାଇକମାଳ ଥାନାରେ ମାମଲା ରୁଜୁ ହୋଇଛି। ଗତକାଲି ପଦ୍ମପୁରରେ ଜିଏସଟି ରେଡ୍ ବେଳେ ବିଧାୟିକା ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ମାମଲା ରୁଜୁ ନେଇ ସୂଚନା ଦେଲେ ବରଗଡ଼ ଏସ୍ପି ସ୍ମିଥ୍ ପରମାର ।

Sundargarh MLA Kusum Tete

ଅଭିଯୋଗ ଅନୁସାରେ ଚଢାଉ ସମୟରେ ଜବତ ହୋଇଥିବା କାଗଜପତ୍ର ସିଟି ଜିଏସଟି ଅଧିକାରୀଙ୍କ ଠାରୁ ଛଡାଇ ନେବାକୁ ଉଦ୍ୟମ କରିଥିଲେ ବିଧାୟିକା । ଜିଏସଟି ଅଧିକାରୀଙ୍କ ସହ ଯୁକ୍ତିତର୍କ କରି ତାଙ୍କୁ ଧମକାଇ ଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେବେ କେବଳ ପାଇକମାଳ ନୁହେଁ ବରଂ ପଦ୍ମପୁରର ଏକ ଲୁଗା ଦୋକାନରେ ମଧ୍ୟ ଜିଏସଟି ଚଢାଉ ବେଳେ ବିଜେପି ନେତା ପହଞ୍ଚି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଲୁଗା ଦୋକାନରେ ପହଞ୍ଚି ଜିଏସଟି ଅଧିକାରୀଙ୍କ କାର୍ଯ୍ୟରେ ବିଜେପି ନେତା ବାଧା ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିଜେଡି ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଥିଲା । ପଦ୍ମପୁର ଉପ-ନିର୍ବାଚନରେ ହିଂସା ମାହୋଲ ସୃଷ୍ଟି କରିବାକୁ ବିଜେପି ଉଦ୍ୟମ କରୁଥିବା କହିଥିଲା ବିଜେଡି । ଏପରିକି ବିଜେପିର ୪ ନେତାଙ୍କୁ ପଦ୍ମପୁର ପ୍ରଚାର ମୈଦାନରୁ ବିଦା କରାଯାଉ ବୋଲି ଦାବି କରିଥିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+