ହକି ବିଶ୍ୱକପ ଉଦଘାଟନୀ ଉତ୍ସବ: ଜାଣନ୍ତୁ, କଟକରେ କାଲି କିଏ ଓ କେଉଁଠି କରିବେ ପାର୍କିଂ ?
ଆସନ୍ତାକାଲି ଅନୁଷ୍ଠିତ ହେବ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ । ପାଖାପାଖି ୪୦ ଦର୍ଶକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କଟକ କମିଶନରେଟ୍ ପୋଲିସ ।
କଟକ: ଆସନ୍ତାକାଲି ଅନୁଷ୍ଠିତ ହେବ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ । ପାଖାପାଖି ୪୦ ଦର୍ଶକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କଟକ କମିଶନରେଟ୍ ପୋଲିସ । ଉଦଘାଟନୀ ଉତ୍ସବ ପାଇଁ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ ବାଲିଯାତ୍ରା ପଡିଆରେ ସାଧାରଣ ଦର୍ଶକ ଗାଡି ପାର୍କିଂ କରିପାରିବେ। ଭିଭିଆଇପି ବା ଭିଆଇପି ପାସ୍ଧାରୀମାନେ ଗଡ଼ଗଡ଼ିଆ ମନ୍ଦିର ପାଖ ତଳ ବାଲିଯାତ୍ରା ପଡ଼ିଆ, ଖ୍ରୀଷ୍ଟିଇାନ ପଡ଼ିଆ, ଦୟାଶ୍ରମ ପଡ଼ଇା, ଜାଭିୟର ସ୍କୁଲ ଓ ଓସିଏ ଲନରେ ଗାଡ଼ି ପାର୍କିଂ କରିପାରିବେ। ଗଣମାଧ୍ୟମ ପ୍ରତିନିଧିମାନେ କେମ୍ବ୍ରିଜ ସ୍କୁଲ ପଡ଼ଇାରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି କଳାକାରଙ୍କ ପାଇଁ କ୍ଲବ୍ ହାଉସ, ଉପର ବାଲିଯାତ୍ରା ଓ ବାସ୍କେଟବଲ ପଡିଆରେ ପାର୍କିଂ କରିବେ ବୋଲି ଜଣାପଡ଼ିଛି ।
ପାର୍କିଂ ଫି:
ହକି ଉଦଘାଟନୀ ଉତ୍ସବ ପାଇଁ ଦେୟ ଯୁକ୍ତ ୪ଟି ପାର୍କିଂରେ ସାଧାରଣ ଲୋକେ ବାଇକ୍ ପାଇଁ ୨୦ ଟଙ୍କା, କାର ଓ ଅଟୋ ପାଇଁ ୫୦ ଟଙ୍କା ଓ ବସ ପରି ବଡ ଗାଡି ପାଇଁ ୧୦୦ ଟଙ୍କା ଦେବାକୁ ପଡିବ। ବାଲିଯାତ୍ରା ତଳ ପଡ଼ିଆର ବୋଇତ ଗେଟର ଉଭୟ ପାର୍ଶ୍ବରେ ଦୁଇଟି ପାର୍କିଂ କରାଯାଇଛି ।
କଟକରେ ସୁରକ୍ଷା ବ୍ୟବସ୍ଥା:
ହକି ବିଶ୍ୱକପ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିନ ସାଢ଼େ ୧୨ଟାରୁ କଟକ ସହରର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ କଟକଣା ଲାଗୁ ହେବ। ଯାହା ଉଦଘାଟନୀ ସମାରୋହ ଶେଷ ପର୍ଯ୍ୟନ୍ତ ବଳତ୍ତର ରହିବ ବୋଲି ଜଣାପଡ଼ିଛି। ଉଦଘାଟନୀ ସମାରୋହ ବେଳେ ଷ୍ଟାଡିୟମ୍ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟ୍ନ୍ ଫୋର୍ସଙ୍କୁ ନିୟୋଜିତ କରାଯିବ । ସୁରକ୍ଷା ଦାୟିତ୍ୱ ତଦାରଖ କରିବା ପାଇଁ ୪୦ ଜଣ ଡିଏସପି ସ୍ତରୀୟ ଅଧିକାରୀ, ୫୫ ଜଣ ଇନ୍ସପେକ୍ଟର ସ୍ତରୀୟ ଅଧିକାରୀ, ୩୦୦ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସମେତ ୮୪ ଜଣ ହାବିଲଦାର, ୩୦୦ରୁ ଅଧିକ କନଷ୍ଟେବଳ, ୫୦୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଉଛି ।
ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା:
ଭୁବନେଶ୍ୱରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି଼ କରାଯାଇଛି । ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ। ବିଭିନ୍ନ ପଏଣ୍ଟରେ ୮୦୦ ସିସିଟିଭି କ୍ୟାମେରା ଲଗାଯାଇଛି । ଅତିରିକ୍ତ ଡିସିପି ଓ ବିଭିନ୍ନ ଅଫିସର ପରିଚାଳନା ଦାୟିତ୍ୱରେ ରହିବେ। ଖେଳାଳିଙ୍କ ଗତିବିଧି ନେଇ ପରିଚାଳନା ହେବ ଟ୍ରାଫିକ। ଟ୍ରାଫିକ ମୁଭମେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ ପାର୍କିଂ ଉପରେ ଗୁରୁତ୍ୱ ଦେଇଛି। ୧୦ଟି ନୂଆ ଟ୍ରାଫିକ୍ ଏଡ଼ ପୋଷ୍ଟ କରାଯାଇଛି । ୧୬ଟି ହେଲ୍ପ ଡେ଼କ୍ସ କରାଯାଇଛି। ପୋଲିସ ଗ୍ରାଫିକ୍ସ ମାଧ୍ୟମରେ ଟ୍ରାଫିକ ରୁଟ ଚାଟ୍ ଜଣାଇବ । ସେପଟେ ଆସନ୍ତାକାଲି ଉଦଘାଟନୀ ଉତ୍ସବ ପାଇଁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ଭାରୀ ଯାନ ଚଳାଚଳ ବନ୍ଦ କରାଯିବ। ଟ୍ରାଫିକ ନିୟନ୍ତ୍ରଣରେ ପୋଲିସ ମିତ୍ର, ଷ୍ଟୁଡେଣ୍ଟସ ଭଲ୍ୟୁଣ୍ଟର ଓ କିଛି ଏନଜିଓ ସଂସ୍ଥାନଙ୍କର ସହଯୋଗ ନେବ ପୋଲିସ ।
ଉଲ୍ଲେଖଥାଉ କି, ବିଶ୍ୱକପ୍ ହକି ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ ।












Click it and Unblock the Notifications