ଜାଣନ୍ତୁ ଧାଡି ପହଣ୍ଡି ଓ ଗୋଟି ପହଣ୍ଡି କାହାକୁ କୁହାଯାଏ, ଏହା କେଉଁ ଦୁଇଟି ସମୟରେ ହୁଏ

ପୁରାଣ ପ୍ରଥିତ ପୁରୁଷୋତ୍ତମ କ୍ଷେତ୍ର ଯେତିକି ମହମାନ୍ୱିତ,ସେଠାରେବିରାଜିତ ମହା ପ୍ରଭୁ ସେତିକି ଅସାମାନ୍ୟ ଓ ଆଶ୍ଚର୍ଯ୍ୟମୟ । ଭକ୍ତ ତାଙ୍କର ସମସ୍ତ ଆଶ୍ଚର୍ଯ୍ୟଜନକ ପରି ପ୍ରକାଶକୁ ଦେଖି, ଶୁଣି ଓ କହି ଏକାଧାରରେ ହୁଏ ଆଚଞ୍ଚିତ ଓ ଆନନ୍ଦିତ । ଆକାରରେ ଆଶ୍ଚର୍ଯ୍ୟ ପୁଣି ଆଚାରରେ ମଧ୍ୟ ଆଶ୍ଚର୍ଯ୍ୟର ଭୂରି ଭୂରି ଅଭିବ୍ୟକ୍ତିରେ ପୁଷ୍କଳ ସେହି ପରମ ପୁରୁଷ । ଦାରୁଦେହରେ ନରଲୀଳା ରଚନାରେ ଧୁରନ୍ଧର ସେ । ଦାରୁଶରୀରରେ ଅଚଳତା ପ୍ରକଟ କରୁଥିବା ଲୀଳାମୟ ମାନବୋଚିତ ଲୀଳାବିସ୍ତାର ନିମନ୍ତେ ହୁଅନ୍ତି ସଚଳ । ବାରମାସରେ ତେର ଯାତ୍ରାର ସଂରଚନାରେ ପ୍ରବୀଣ ପୁରୁଷୋତ୍ତମଙ୍କ ରହିଛି ଦୁଇଟି ସ୍ୱୟଂଲୀଳା ।

pahandi

ଗୋଟିଏ ଜ୍ୟେଷ୍ଠ ପୂର୍ଣ୍ଣମୀରେ ସ୍ନାନ ଓ ଅନ୍ୟଟି ଆଷାଢ-ଶୁକ୍ଳ-ଦ୍ୱିତୀୟାରେ ଶ୍ରୀଗୁଣ୍ଡିଚା । ଗୋଟିଏ ଖରାକାଳର ଅନ୍ତିମ ଚରଣରେ ଓ ଅନ୍ୟଟି ବର୍ଷାକାଳର ଆଦ୍ୟ ପର୍ଯ୍ୟାୟରେ । ଏଇ ଉଭୟ ତିଥିରେ ଚତୁର୍ଦ୍ଧା ଦାରୁମୂର୍ତ୍ତିଙ୍କ ପ୍ରତ୍ୟକ୍ଷ ସଂଚରଣ ଲକ୍ଷ୍ୟ କରାଯାଏ । ଆତ୍ମୀୟ-ପାର୍ଷଦ-ଦାରା-ଧନାଦିକୁ ଛାଡି ଭକ୍ତସମୂହର ଐକାନ୍ତିକ-ଆକାଂକ୍ଷାକୁ ପରି ପୂର୍ଣ୍ଣ କରିବା ପାଇଁ ତଥା ଭକ୍ତ ସହ ସଚଳିତ ହେବାରେ ସ୍ୱକୀୟ ଅନିବାର-ଆଗ୍ରହକୁ ଚରିତାର୍ଥ କରିବା ସକାଶେ ସେ ଓହ୍ଲାଇ ଆସନ୍ତି ରତ୍ନବେଦୀରୁ ତଳକୁ ଓ ଶ୍ରୀମନ୍ଦିରର ବହିର୍ଭାଗକୁ । ଏପରିକି ରଥଯାତ୍ରା ପାଇଁ ଚାଲି ଆସନ୍ତିବଡଦାଣ୍ଡ ଉପରକୁ ଓ ଆରୋହଣ କରନ୍ତି ରଥ । ଏହି ସମୟରେ ଦୁଇଟି ପହଣ୍ଡି ହୋଇଥାଏ ।

ପହଣ୍ଡିର ଆଭିଧାନିକ ଅର୍ଥ ହେଉଛି ପାଦରେ ଭ୍ରମଣ । ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା:- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ । ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ । ଏହି ଦୁଇ ପ୍ରକାରର ପହଣ୍ଡି କେବଳ ବିଗ୍ରହମାନଙ୍କୁ ପହଣ୍ଡି ସମୟରେ ଘୁଞ୍ଚାଇବାର ତରୀକା ବ ଢଙ୍ଗକୂ ବୁଝାଇଥାଏ । ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ବାହୁ ଥିବାଯୋଗୁଁ ଦୁଇ ବିଗ୍ରହଙ୍କୁ ସମୟ ସମୟରେ ଭୂମିକୁ ଛୁଆଁଇ କରି ପହଣ୍ଡି କରାଯାଇଥାଏ । କିନ୍ତୁ ଦେବୀ ସୁଭଦ୍ର ଓ ସୁଦର୍ଶନଙ୍କ ବାହୁ ନଥିବା ଯୋଗୁଁ ସେମାନଙ୍କୁ ଶାଇତ ରୂପେ ବୁହାଇ ପହଣ୍ଡି କରାଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+