ଜାଣନ୍ତୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମ୍ପତ୍ତି କେତେ

ଅପରାଜିତା ସମ୍ପତ୍ତି କେତେ । କେତେ ସମ୍ପତ୍ତିର ମଲ୍ଲିକା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିର୍ବାଚନ ପୂର୍ବରୁ ନିଜର ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ମୋଟ ୨ କୋଟି ୫ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି ।

APARAJITA SADANGI

ଅପରାଜିତାଙ୍କ ପାଖରେ ଅଛି ନଗଦ ୨ ଲକ୍ଷ ଟଙ୍କା । ବାପୁଜୀ ନଗର କାନାରା ବ୍ୟାଙ୍କରେ ଅଛି ୨୨ ଲକ୍ଷ ଟଙ୍କା । ଲୁଇସ ରୋଡ୍ ଆଇଡିବିଆଇ ବ୍ୟାଙ୍କରେ ଅଛି ୪ ଲକ୍ଷ ଟଙ୍କା । ଆଇଆରସି ଭିଲେଜ ଏସବିଆଇରେ ଅଛି ୧୦ ଲକ୍ଷ ଟଙ୍କା । ନୂଆଦିଲ୍ଲୀ କୃଷିଭବନ ଏସବିଆଇରେ ରହିଛି ୨୨ ଲକ୍ଷ ଟଙ୍କା । ଅପରାଜିତାଙ୍କ ୧୦ ଲକ୍ଷ ମୂଲ୍ୟର ଏକ କାର୍ ରହିଛି । ୧୧୫୦ ଗ୍ରାମର ବିଭିନ୍ନ ଅଳଙ୍କାର ରହିଛି ।

ଏହି ଅଳଙ୍କାରର ବର୍ତ୍ତମାନ ମୂଲ୍ୟ ପ୍ରାୟ ୭୪ ଲକ୍ଷ ଟଙ୍କା ହେବ । ଅପରାଜିତାଙ୍କ ନାଁରେ ନାହିଁ କୌଣସି ବ୍ୟବସାୟିକ କୋଠା । ଏହାସହ ତାଙ୍କ ନାଁରେ କୌଣସି ଋଣ ମଧ୍ୟ ନାହିଁ । ୨୦୨୨-୨୩ରେ ଅପରାଜିତାଙ୍କ ଆୟ ହେଉଛି ୨୪ ଲକ୍ଷ ୨୨ ହଜାର ୩୩୦ ଟଙ୍କା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+