ଜାଣନ୍ତୁ କେତେ କୋଟି ସମ୍ପତ୍ତିର ମାଲିକ ଜସପ୍ରୀତ ବୁମରାହ

Jasprit Bumrah: ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଫେରିଛନ୍ତି ଜସପ୍ରୀତ ବୁମରାହ । ତାଙ୍କୁ ଖେଳିବା ପାଇଁ ବିସିସିଆଇ ପକ୍ଷରୁ ଅନୁମତି ମିଳିଛି, ଦଳରେ ଯୋଗ ଦେବା ପରେ ସେ କହିଥିଲେ ଯେ ଶେଷରେ ତାଙ୍କୁ ଅନୁମତି ମିଳିଛି। ୪ଟି ମ୍ୟାଚ୍ ରୁ ୩ଟିରେ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବୁମରାହଙ୍କ ଏଣ୍ଟ୍ରି ପରେ ଟ୍ରାକକୁ ଫେରିବ ବୋଲି ଆଶା କରାଯାଉଛି ।

ବୁମ୍ ବୁମ୍ ବୁମରାହ ୨୦୧୬ ମସିହାରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିଥିଲେ । ବର୍ତ୍ତମାନ ସେ ତିନୋଟି ଫର୍ମାଟରେ ଭାରତର ମୁଖ୍ୟ ବୋଲର। ୩୧ ବର୍ଷୀୟ ବୁମରାହ ଆଇପିଏଲ ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ବୁମରାହ ୨୦୧୩ରେ ତାଙ୍କର ଆଇପିଏଲ ଡେବ୍ୟୁ କରିଥିଲେ। ସେ ଦଳର ବୋଲିଂର ନେତୃତ୍ୱ ନିଅନ୍ତି । ହେଲେ ଆଘାତ ଯୋଗୁଁ ସେ ଏହି ସିଜନରେ ଖେଳୁ ନଥିଲେ।

Jasprit Bumrah

ଅନ୍ତର୍ଜାତୀୟ କ୍ରିକେଟରେ, ଜସପ୍ରିତ ବୁମରାହ ୪୫ଟି ଟେଷ୍ଟ, ୮୯ଟି ଦିନିକିଆ ଏବଂ ୭୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ଯଥାକ୍ରମେ ୨୦୫, ୧୪୯ ଏବଂ ୮୯ ୱିକେଟ୍ ନେଇଛନ୍ତି। ଜାନୁଆରୀ ୨୦୨୫ରେ, ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ସେ ଆହତ ହୋଇଥିଲେ ।

ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଜସପ୍ରିତ ବୁମରାହଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୦ କୋଟି ଟଙ୍କା। ଭାରତୀୟ ଦଳ ସହିତ ଚୁକ୍ତି, IPL ଚୁକ୍ତି ଏବଂ ବ୍ରାଣ୍ଡ ଅନୁମୋଦନ ଇତ୍ୟାଦି ତାଙ୍କର ଆୟର ମୁଖ୍ୟ ଉତ୍ସ।

ଜସପ୍ରିତ ବୁମରାହ ବର୍ତ୍ତମାନ ବିସିସିଆଇ ଦ୍ୱାରା ଗତ ଥର ପ୍ରକାଶିତ କେନ୍ଦ୍ରୀୟ ଚୁକ୍ତି ତାଲିକାରେ A+ ଗ୍ରେଡରେ ଥିଲେ, ଯେଉଁଥିରେ ତାଙ୍କୁ ବୋର୍ଡ ପକ୍ଷରୁ ବାର୍ଷିକ ୭ କୋଟି ଟଙ୍କା ଦରମା ମିଳିଥାଏ। ତଥାପି, ଏହି ବର୍ଷ ବିସିସିଆଇ ଏପର୍ଯ୍ୟନ୍ତ ସେହି ତାଲିକା ପ୍ରକାଶ କରିନାହିଁ। ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ୧୮ କୋଟି ଟଙ୍କାରେ ଜସପ୍ରିତ ବୁମରାହଙ୍କୁ ରିଟେନ୍ କରିଥିଲା। ସୂଚନା ଅନୁସାରେ, ବୁମରାହ ଗୋଟିଏ ଟେଷ୍ଟ ମ୍ୟାଚ୍ ପାଇଁ ଫିସ୍ ୧୫ ଲକ୍ଷ ଟଙ୍କା ନେଉଥିବା ବେଳେ ଗୋଟିଏ ODI ମ୍ୟାଚ୍ ପାଇଁ ଫିସ୍ ୭ ଲକ୍ଷ ଟଙ୍କା ଏବଂ ଗୋଟିଏ ଟି-୨୦ ମ୍ୟାଚ୍ ପାଇଁ ୩ ଲକ୍ଷ ଟଙ୍କା ଫିସ୍ ନେଇ ଥାନ୍ତି ।

ରିପୋର୍ଟ ଅନୁସାରେ, ବୁମରାହଙ୍କ ପାଖରେ ଅନେକ ମହଙ୍ଗା କାର ଅଛି। ତାଙ୍କ କାର ସଂଗ୍ରହରେ Mercedes-Maybach S 560 ଯାହାର ମୂଲ୍ୟ ପ୍ରାୟ ୨.୫୪ କୋଟି ଟଙ୍କା, Nissan GT-R ଯାହାର ମୂଲ୍ୟ ୨.୧୭ କୋଟି ଟଙ୍କା, Range Rover Velar ୯୦ ଲକ୍ଷ ଟଙ୍କା ଏବଂ Toyota Innova Crysta ଗାଡି ରହିଛି ଯାହା ମୂଲ୍ୟ ୨୫ ଲକ୍ଷ ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+