ଅଦିନିଆ ବର୍ଷା କ୍ଷୟକ୍ଷତି: ପାଞ୍ଚ ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ ଆର୍ଥିକ ସହାୟତା
ଅଦିନିଆ ବର୍ଷା କ୍ଷୟକ୍ଷତି । ପାଞ୍ଚ ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ ଆର୍ଥିକ ସହାୟତା। ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଚାଷୀଙ୍କୁ ପ୍ରଦାନ କରାଯିବ ୨୯୨ କୋଟିର କ୍ଷତିପୂରଣ ରାଶି । ଏହି ଅର୍ଥ ଅନଲାଇନରେ ଜିଲ୍ଳାପାଳମାନଙ୍କୁ ଦିଆ ସରିଲାଣି । ଦୁଇ ଦିନ ହେଲା ସହାୟତା ରାଣି ଚାଷୀଙ୍କୁ ବଣ୍ଟନ ଆରମ୍ଭ ହେଲାଣି ।
ପାଞ୍ଚ ଦିନ ଭିତରେ ରାଜସ୍ୱ ବିଭାଗର ଅର୍ଥ ରାଶି କ୍ଷତିପୂରଣ ଭାବେ ପହଞ୍ଚିଯିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୫ ହଜାର ଓ ଅଣ ଜଳସେଚିତ ଜମି ପାଇଁ ୭୫୦୦ ଟଙ୍କା ରହିଛି। ୧୪ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି। ଆଉ ଦୁଇ ଜିଲ୍ଲାରେ ବି ଆଂଶିକ କ୍ଷତି ହୋଇଛି।

ପୁରୀରେ ସର୍ବାଧିକ, ତା ପଛକୁ ଗଞ୍ଜାମରେ ଅଧିକ କ୍ଷୟକ୍ଷତି ହୋଇଛି। ଧାନ, ପନିପରିବା, ଚିନା ବାଦାମ ଓ କପା ବି ନଷ୍ଟ ହୋଇଛି। କ୍ଷତି ସହିଛନ୍ତି ପାଖାପାଖି ୬ ଲକ୍ଷ ୬୬ ହାଜର ୭୨୦ଚାଷୀ। ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି।












Click it and Unblock the Notifications