ବାତ୍ୟାରେ ମୃତାହତ ପରିବାରଙ୍କୁ ମିଳିବ ୪ ଲକ୍ଷ
ବାତ୍ୟା ୟଶରେ ମୃତାହତ ହୋଇଥିବା ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରଶି ପ୍ରଦାନ କରାଯିବ ।
ଭୁବନେଶ୍ୱର: ବାତ୍ୟା ୟଶରେ ମୃତାହତ ହୋଇଥିବା ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ।

ସୂଚନା ମୁତାବକ ଲଗାଣ ବର୍ଷା ପବନ ଯୋଗୁଁ ଘର କାନ୍ଥ ଧସି ଯିବାରୁ ପ୍ରାଣ ହରାଇଛନ୍ତି ପଳାଶମୁଣ୍ଡୁଳି ପଞ୍ଚାୟତ କୁସୁମକୁଟି ଗ୍ରାମର ବୁଧୁନି ସିଂ(୭୦)। ସେହିପରି ରାଜ୍ୟରେ ବାତ୍ୟା ୟାସ୍ ପ୍ରଭାବରେ ମୋଟ 3 ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ବୃଦ୍ଧାଙ୍କର ମୃତ୍ୟୁ ଘଟିବା ପରେ ସଙ୍ଗେ ସଙ୍ଗେ ସହାୟତା ଘୋଷଣା କରିଛନ୍ତି ସରକାର।
ସୂଚନାଯୋଗ୍ୟ ବୃଦ୍ଧା ଜଣକ ଶୋଇଥିବା ବେଳେ ଗତକାଲି ରାତିରେ ତାଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications