ଓଡ଼ିଶା ସମେତ ୧୯ ରାଜ୍ୟର ସ୍ୱାୟତ୍ତ ଶାସନ ସଂସ୍ଥା ପାଇଁ ୮,୪୫୪ କୋଟି ଟଙ୍କାର ‘ହେଲ୍‌ଥ୍‌ ସେକ୍ଟର୍‌ ଗ୍ରାଣ୍ଟ୍‌

ନୂଆଦିଲ୍ଲୀ: ଦେଶର ୧୯ ରାଜ୍ୟର ଗ୍ରାମାଞ୍ଚଳ ଏବଂ ନଗରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା ନିମନ୍ତେ ସ୍ବାସ୍ଥ୍ୟ ସେବା ମଞ୍ଜୁରି ବାବଦକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ୮,୪୫୩.୯୨ କୋଟି ଟଙ୍କା ରିଲିଜ୍‌ କରିଛି। ସେଥିରୁ ଓଡ଼ିଶା ପାଇଁ ମଞ୍ଜୁର ହୋଇଛି ୪୬୧.୭୬୭୩ କୋଟି ଟଙ୍କା । ପଞ୍ଚଦଶ ଅର୍ଥ କମିସନ୍‌ର ସୁପାରିସ ଆଧାରରେ ଏଥିରେ ମଞ୍ଜୁରି ରିଲିଜ୍‌ ହୋଇଛି। ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରଥମିକ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଏହି ଅର୍ଥ ବ୍ୟୟ କରାଯିବ।

health

୨୦୨୧-୨୨ ରୁ ୨୦୨୫-୨୬ ପାଇଁ 'ପଞ୍ଚଦଶ ଅର୍ଥ କମିସନ୍‌' ଆଞ୍ଚଳିକ ସ୍ବାୟତ୍ତ ଶାସନ ସଂସ୍ଥା ପାଇଁ ସମୁଦାୟ ୪,୨୭,୯୧୧ କୋଟି ଟଙ୍କା ମଞ୍ଜୁର କରିବା ଲାଗି ସୁପାରିସ କରିଥିଲା। ଅନ୍ୟାନ୍ୟ ଖର୍ଚ୍ଚ ସମେତ କମିସନ୍ ସୁପାରିସ କରିଥିବା ସମୁଦାୟ ଅର୍ଥ ମଧ୍ୟରେ ସ୍ବାସ୍ଥ୍ୟ ମଞ୍ଜୁରି ହେଉଛି ୭୦.୦୫୧ କୋଟି ଟଙ୍କା ରହିଛି। ସେଥିରୁ ଗ୍ରାମାଞ୍ଚଳ ପାଇଁ ୪୯,୯୨୮ କୋଟି ଟଙ୍କା ଥିବା ବେଳେ ସହରାଞ୍ଚଳ ପାଇଁ ରହିଛି ୨୬,୧୨୩ କୋଟି ଟଙ୍କା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+