Odish Budget 2024: ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ
ଓଡ଼ିଶା ବଜେଟ୍ 2024: ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଷୋଡଶ ବିଧାନସଭାର ଏହା ହେଉଛି ଶେଷ ବଜେଟ୍ । ତେବେ ଆଗକୁ ନିର୍ବାଚନ ଥିବାରୁ ଏହି ୪ ମାସ ପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ପାରିତ କରାଯିବା ନେଇ ସୂଚନା ରହିଛି ।

ଅର୍ଥ ମନ୍ତ୍ରୀ ଶ୍ରୀ ଆରୁଖ ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରାୟ 2 ଲକ୍ଷ 60 ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିବେ। ଏଥିରୁ ଅନ୍ତରୀଣ ବଜେଟ୍ (ପ୍ରାୟ 90 ହଜାର କୋଟି ଟଙ୍କା)କୁ ପାରିତ କରିବାକୁ ପ୍ରସ୍ତାବ ରଖିବେ ବୋଲି ଜଣାପଡ଼ିଛି । ସେହିପରି ଗତବର୍ଷ ତୁଳନାରେ ଚଳିତ ବର୍ଷର ବଜେଟ୍ ୧୭ ପ୍ରତିଶତ ଅଧିକ ହୋଇପାରେ ବୋଲି ଆଶା କରାଯାଉଛି ।
ରାଜ୍ୟ ସରକାର ଏହି ବଜେଟ୍ରେ ମୁଖ୍ୟତଃ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ମିସନ୍ ଶକ୍ତିଙ୍କୁ ସହାୟତା ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ବ ଦେବେ। ରାଜ୍ୟ ସରକାର ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟ୍ରେ ଅର୍ଥ ବ୍ୟବସ୍ଥା ରହିବ। ସେହିପରି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଯେପରି ବିକାଶମୂଳକ କାର୍ଯ୍ୟ ଜାରି ରହିବ, ସରକାରୀ କର୍ମଚାରୀଙ୍କ ବେତନ, ପେନସନ୍ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚରେ କୌଣସି ସମସ୍ୟା ହେବନି ସେନେଇ ବଜେଟ୍ରେ ବ୍ୟବସ୍ଥା କରାଯିବ ।












Click it and Unblock the Notifications