ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ ଆରମ୍ଭ; ୫ ବର୍ଷର ଯୋଜନା ନେଇ ଦାବି ରଖିବେ
ରାଜ୍ୟ ସରକାରଙ୍କ ସହ ଅର୍ଥ କମିଶନଙ୍କ ବୈଠକ ଆରମ୍ଭ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ। ଅର୍ଥ କମିଶନଙ୍କୁ ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବିପତ୍ର ଦେବେ ରାଜ୍ୟ ସରକାର। ବିକଶିତ ଓଡ଼ିଶା ଗଠନର ରୋଡ୍ ମ୍ୟାପ୍ ଉପସ୍ଥାପନ କରିବେ ସରକାର। ୫ ବର୍ଷର ଯୋଜନା ନେଇ କମିଶନଙ୍କ ନିକଟରେ ଦାବି ରଖିବେ ।

ଓଡ଼ିଶା ଗସ୍ତରେ ଥିବା ଷୋଡ଼ଶ କମିଶନଙ୍କ ପାଖରେ ନିଜ ଦାବି ରଖିବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ତରଫରୁ ୧୨ ଲକ୍ଷ ୫୬ହଜାର ୧୪୮ କୋଟିର ଦାବି ରହିବ । ଓଡିଶା ସ୍ଵାର୍ଥ ସମ୍ବଳିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିବେ ସରକାର । ଅଢେଇ ଘଣ୍ଟା ଧରି ଅର୍ଥ କମିଶନଙ୍କ ଟିମ ସହିତ ଆଲୋଚନା କରିବେ ରାଜ୍ୟ ସରକାର । ଏହାପରେ ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ରଖିବେ ।












Click it and Unblock the Notifications