ଶ୍ରୀମନ୍ଦିର ପର୍ବପର୍ବାଣିର ଚୂଡ଼ାନ୍ତ ତାଲିକା: ଜୁନ ୨୭ରେ ରଥଯାତ୍ରା, ଏପ୍ରିଲ ୩୦ରେ ଅକ୍ଷୟ ତୃତୀୟା

ପ୍ରକାଶ ପାଇଛି ପାଞ୍ଜି ସମନ୍ବୟ ବୈଠକରେ ଅନୁମୋଦିତ ୨୦୨୫-୨୬ ବର୍ଷର ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା । ଜାରି ତାଲିକାରେ ଏପ୍ରିଲ ୩୦ରେ ପବିତ୍ର ଅକ୍ଷୟ ତୃତୀୟ ପଡ଼ୁଛି । ଏହିଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ ।

ସେହିଭଳି ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଏହି ଦିନଠାରୁ ଆରମ୍ଭ ହେବ। ‌‌ମେ ୧୯ରେ ଭଉଁରି ଯାତ୍ରା, ଜୁନ୍‌ ୧୧ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଜୁନ ୨୭ରେ ରଥଯାତ୍ରା ଅନୁଷ୍ଠିତ ହେବ।

shree mandir festivals

ଚୂଡ଼ାନ୍ତ ଅନ୍ୟ ପର୍ବପର୍ବାଣି ଅନୁଯାୟୀ, ଏପ୍ରିଲ ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି, ୨୨ ତାରିଖରେ ରାମାଭିଷେକ, ୨୭ ତାରିଖରେ ଋକ୍ମିଣୀ ଅମାବାସ୍ୟା, ମେ ୫ ତାରିଖରେ ନୀଳାଦ୍ରି ମହୋଦୟାଷ୍ଟମୀ, ୮ ତାରିଖରେ ମୋହିନୀ ଏକାଦଶୀ, ୧୧ ତାରିଖରେ ନୃସିଂହ ଜନ୍ମ, ୧୯ ତାରିଖରେ ଜଳକ୍ରୀଡ଼ା ଏକାଦଶୀ, ୨୭ ତାରିଖରେ ସାବିତ୍ରୀ ଅମାବାସ୍ୟା, ୩୧ ତାରିଖରେ ଶିବ ବିବାହ, ଜୁନ ୧ ତାରିଖରେ ଶୀତଳ ଷଷ୍ଠୀ, ୫ ତାରିଖରେ ରାଜେନ୍ଦ୍ରାଭିଷେକ ଓ ସୁଦଶା ବ୍ରତ, ୬ରେ ଋକ୍ମିଣୀହରଣ ଏକାଦଶୀ, ବିବାହ ମହୋତ୍ସବ ଓ ଜଳକ୍ରୀଡ଼ା, ୭ ତାରିଖରେ ଚମ୍ପକ ଦ୍ବାଦଶୀ, ୯ ତାରିଖରେ ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ, ୧୦ ତାରିଖରେ ସେନାପଟା ଲାଗି ଓ ଚତୁର୍ଥୀ ହୋମ, ୧୧ ତାରିଖରୁ ଅଣସର ନୀତି ଆରମ୍ଭ, ୧୫ ତାରିଖରେ ରଜ ସଂକ୍ରାନ୍ତି, ୨୦ ତାରିଖରେ ମହାପ୍ରଭୁଙ୍କ ଚକାବିଜେ ନୀତି, ୨୧ ତାରିଖରେ ଅଣସର ଏକାଦଶୀ ଓ ଖଳିଲାଗି, ୨୨ ତାରିଖରେ ଅଣସର ଦ୍ବାଦଶୀ ଓ ରାଜପ୍ରସାଦ ବିଜେ, ୨୩ ତାରିଖରେ ଅଣସର ତ୍ରୟୋଦଶୀ ଓ ଘଣାଲାଗି, ୨୫ ତାରିଖରେ ଅମାବାସ୍ୟା ଓ ବନକଲାଗି ପରେ ୨୬ ତାରିଖରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ଜୁନ ୨୬ ତାରିଖରେ ରଥ ଆଜ୍ଞାମାଳ ବିଜେ ପରେ ୨୭ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ।

ଜୁଲାଇ ୧ ତାରିଖରେ ହେରାପଞ୍ଚମୀ, ୪ ତାରିଖରେ ସଂଧ୍ୟାଦର୍ଶନ, ୫ ତାରିଖରେ ବାହୁଡ଼ା ଯାତ୍ରା, ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧରପଣା, ୮ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଜୁଲାଇ ୨୧ ତାରିଖରେ କାମଦା ଏକାଦଶୀ, ୨୪ ତାରିଖରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୩ରେ ବାଡ଼ି ନୃସିଂହ ବିଜେ, ୪ ତାରିଖରେ ଝୁଲଣ ଯାତ୍ରା ଆରମ୍ଭ, ୯ ତାରିଖରେ ବଳଭଦ୍ର ଜନ୍ମ, ୧୩ ତାରିଖରେ ରାହୁରେଖା ଲାଗି, ୧୫ ତାରିଖରେ ଜନ୍ମାଷ୍ଟମୀ ସହ ଏହା ପରଠାରୁ ମହାପ୍ରଭୁଙ୍କ ବିଭିନ୍ନ ବେଶ ଆରମ୍ଭ ହେବ, ୨୭ ତାରିଖରେ ଗଣେଶ ଚତୁର୍ଥୀ, ସେପ୍ଟେମ୍ବର ୪ ତାରିଖରେ ବାମନ ଜନ୍ମ ଓ ସୁନିଆଁ, ଅକ୍ଟୋବର ୨ ତାରିଖରେ ଦଶହରା, ୩ରେ ରାଧାଦାମୋଦର ବେଶ ଓ ବାଳଧୂପ ଆରମ୍ଭ, ୭ ତାରିଖରେ କୁମାର ପୂର୍ଣ୍ଣିମା, ୩୧ ତାରିଖରେ ଅଁଳା ନବମୀ, ନଭେମ୍ବର ୨ ତାରିଖରେ ହରିଉତ୍‌ଥାପନ ନୀତି ଓ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୩ ତାରିଖରେ ତ୍ରିବିକ୍ରମ ବେଶ ଓ ଗରୁଡ଼ ଉତ୍‌ଥାପନ ନୀତି, ୪ ତାରିଖରେ ଲକ୍ଷ୍ମୀନୃସିଂହ ବେଶ, ୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶ ଅନୁଷ୍ଠିତ ହେବ। ନଭେମ୍ବର ୧୨ରେ ପ୍ରଥମାଷ୍ଟମୀ, ୧୯ରୁ ଦେବ ଦୀପାବଳି ଆରମ୍ଭ, ୨୬ରେ ଓଢ଼ଣି ଷଷ୍ଠୀ, ଡିସେମ୍ବର ୧୬ ତାରିଖରେ ଧନୁସଂକ୍ରାନ୍ତି ଓ ପହିଲି ଭୋଗ ଆରମ୍ଭ, ୨୦ ତାରିଖରେ ବକୁଳ ଅମାବାସ୍ୟା ଅନୁଷ୍ଠିତ ହେବ। ୨୦୨୬ ମସିହା ଜାନୁଆରି ୩ ତାରିଖରେ ଦେବାଭିଷେକ ଓ ପୁଷ୍ୟାଭିଷେକ ପୂର୍ଣ୍ଣିମା, ୧୩ ତାରିଖରେ ନବାଙ୍କ ବେଶ, ୨୧ ତାରିଖରେ ଶ୍ରୀଜିଉଙ୍କ ପଦ୍ମବେଶ, ୨୩ ତାରିଖରେ ବସନ୍ତ ପଞ୍ଚମୀ ଓ ରଥକାଠ ଅନୁକୂଳ ପୂଜା, ଫେବ୍ରୁଆରି ୧ ତାରିଖରେ ଗଜ ଉଦ୍ଧାରଣ ବେଶ, ୧୩ ତାରିଖରେ ପଙ୍କୋଦ୍ଧାର ଏକାଦଶୀ, ୧୫ ତାରିଖରେ ମହାଶିବରାତ୍ରୀ, ମାର୍ଚ୍ଚ ୩ ତାରିଖରେ ଦୋଳପୂର୍ଣ୍ଣିମା ଓ ଶ୍ରୀଜିଉଙ୍କ ରାଜାଧିରାଜ ବେଶ, ୪ ତାରିଖରେ ହୋଲି, ୨୭ ତାରିଖରେ ଶ୍ରୀରାମ ନବମୀ, ଏପ୍ରିଲ ୧୨ ତାରିଖରେ ରାମାଭିଷେକ ନୀତ ଅନୁଷ୍ଠିତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+