ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁଙ୍କୁ ୧୨ ଘଣ୍ଟା ଜେରା କଲା ED, ଆଜି ହାଜର ହୋଇପାରନ୍ତି ଅର୍ଚ୍ଚନା-ଜଗବନ୍ଧୁ
ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁଙ୍କୁ ୧୨ ଘଣ୍ଟା ଜେରା କଲା ED, ଆଜି ହାଜର ହୋଇପାରନ୍ତି ଅର୍ଚ୍ଚନା-ଜଗବନ୍ଧୁ
ଭୁବନେଶ୍ୱର: ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା । ଫିଲ୍ମ ପ୍ରଡ୍ୟୁସର ତଥା ବିଲ୍ଡର ପ୍ରମୋଦ ସ୍ୱାଇଁଙ୍କୁ ୧୨ ଘଣ୍ଟା ଜେରା କଲା ED । ଇଡି ଅଫିସରୁ ବାହାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଘର ଭଡା ମାଗିବାରୁ ବ୍ଲାକମେଲିଂ କରୁଥିଲେ ଅର୍ଚ୍ଚନା । ଯାହା ପରେ ସେ ଖଣ୍ତଗିରି ଥାନାରେ ଅର୍ଚ୍ଚନାଙ୍କ ନାରେ ଏକ ଏତଲା ଦେଇଥିଲେ । ଏପରିକି ଘର ଛାଡିବାକୁ ଅର୍ଚ୍ଚନା ତାଙ୍କୁ ୫ ଲକ୍ଷ ଟଙ୍କା ମାଗିଲେ ।

ସୂଚନା ଅନୁସାରେ, ୨୦୧୬ରୁ ଅର୍ଚ୍ଚନା ନାଗ ପ୍ରମୋଦ ସ୍ୱାଇଁଙ୍କ ଘରେ ରହୁଥିଲେ ପରବର୍ତ୍ତି ସମୟରେ ସେହି ସମାନ ଘରେ ୨୦୧୮ରେ ଶ୍ରଦ୍ଧାଞ୍ଜଳି ବେହେରା ଉଡ଼ାରେ ରହିଥିଲେ । ଭଡ଼ା ନଦେବାରୁ ୨୦୧୭ରେ ଖଣ୍ତଗିରି ଥାନାରେ ପ୍ରମୋଦ ଏକ ଏତଲା ଦେଇଥିଲେ । ଏହା ପରେ ଅର୍ଚ୍ଚନା ମଧ୍ୟ ପ୍ରମୋଦଙ୍କ ବିରୋଧରେ ଏଫଆଇଆର୍ ଦେଇଥିଲେ । ଏହି ଏତଲାରେ ଅର୍ଚ୍ଚନା ଅଭିଯୋଗ କରିଥିଲେ ଯେ, ପ୍ରମୋଦ ତାଙ୍କୁ ଫିଲ୍ମରେ ସୁଯୋଗ ଦେବାର ଲୋଭ ଦେଖାଉଥିଲେ । ମାସିକ ଦରମା ସହ ଘର ଦେବା ପାଇଁ କହିଥିଲେ । ଏହା ପେର ସେ ସୁଯୋଗ ଦେଖି ନିଶାଦ୍ରବ୍ୟ ମିଶାଇ ତାଙ୍କର ନ୍ୟୁଡ୍ ଫଟୋ ଓ ଭିଡିଓ କରିଥିଲେ ଏବଂ ଯାହାର ଭୟ ଦେଖାଇ ସେ ବାରମ୍ବାର ତାଙ୍କ ( ଅର୍ଚ୍ଚନା ନାଗ)ଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ଆଣିଥିଲେ ଅର୍ଚ୍ଚନା ନାଗ ।
ସେପଟେ ଆଜି EDରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ-ଜଗବନ୍ଧୁ ଚାନ୍ଦ । କୋର୍ଟରେ ହାଜର କରାଇବା ପରେ ରିମାଣ୍ତରେ ଆଣିବା ପାଇଁ ଇଡି ଆବେଦନ କରିପାରେ ।ସୂଚନା ଅନୁସାରେ, ଇଡି ଅର୍ଚ୍ଚନା ନାଗ-ଜଗବନ୍ଧୁଙ୍କୁ ୭ ଦିନ ପାଇଁ ରିମାଣ୍ତରେ ଆଣିବା ପାଇଁ ଆବେଦନ କରିପାରେ ।












Click it and Unblock the Notifications