ମୋତେ ବ୍ଲାକମେଲ୍ କରୁଥିଲା ଅର୍ଚ୍ଚନା:ପ୍ରମୋଦ ସ୍ୱାଇଁ
ED ରେ ହାଜର ହେଲେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ, ମୋତେ ବ୍ଲାକମେଲ୍ କରୁଥିଲା ଅର୍ଚ୍ଚନା:ପ୍ରମୋଦ ସ୍ୱାଇଁ
ଭୁବନେଶ୍ୱର: ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା । EDରେ ହାଜର ହେଲେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ । ହନିଟ୍ରାପ୍, ବ୍ଲାକମେଲିଂ ଏବଂ ଅର୍ଥ କାରବାରର ଧିରେ ଧିରେ ଖୁଲାସା କରୁଛି ଇଡି । ଏହି ମାମଲାରେ ଅନେକ ଲୋକଙ୍କୁ ସମନ କରାଯାଇଥିଲା । ଏନେଇ ନେଇ ଆଜି ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁକୁ ପଚରାଉପଚା କରୁଛି ଇଡି । ତେବେ ଇଡିରେ ହାଜର ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ କହିଛନ୍ତି ଯେ ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ୍ କରୁଥିଲା ।

ସୂଚନା ଅନୁସାରେ, ଅର୍ଚ୍ଚନା ନାଗ ପ୍ରାୟ ୨୦୧୮ରୁ ପ୍ରମୋଦ ସ୍ୱାଇଁଙ୍କର ଜାଗମରା ସ୍ଥିତ ଘରେ ଭଡ଼ାରେ ରହୁଥିଲେ । ଖାସ୍ ସେଥି ପାଇଁ ଅର୍ଚ୍ଚନାଙ୍କ ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆଜି ତାଙ୍କୁ ଇଡି ପକ୍ଷରୁ ସମନ ପଠାଯାଇଥିଲା । ତେବେ ଇଡିରୁ ଫେରିବା ପରେ ସେ ସବୁ କିଛି କହିବେ ବୋଲି କହିଛନ୍ତି ପ୍ରମୋଦ ।
ସୂଚନାଥାଉ ଯେ, ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପ୍ରାୟ ୧୫ ଜଣଙ୍କୁ ସମନ ପଠାଇଥିଲା ଇଡି । ଯାହା ମଧ୍ୟରୁ ୪ରୁ ୫ ଜଣଙ୍କୁ ଜେରା କରାଯାଇ ସାରିଥିବା ବେଳେ ତାଲିକାରେ ଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଖୁବ ଶୀଘ୍ର ଜେରା କରାଯାଇପାରେ । ଏହି ମାମଲାରେ ବର୍ତ୍ତମାନ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ, ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ର, ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ପୂର୍ବରୁ ଜେରା କରାଯାଇ ସାରିଛି ।












Click it and Unblock the Notifications