ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଘାଟିତ ହେଲା ପୁରୁଷ ହକି ବିଶ୍ୱକପ ୨୦୨୩

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଘାଟିତ ହେଲା ପୁରୁଷ ହକି ବିଶ୍ୱକପ ୨୦୨୩ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଛି।

କଟକ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଘାଟିତ ହେଲା ପୁରୁଷ ହକି ବିଶ୍ୱକପ ୨୦୨୩ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଛି। ଏହି ଅବସରରେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଏହି ଆୟୋଜନରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ତେବେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଏଫଆଇଏଚ ଅଧ୍ୟକ୍ଷ, ହକି ଇଣ୍ଡିଆର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ ।

FIH Odisha Mens Hockey World Cup 2023

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ହକି ବିଶ୍ୱକପ ଆୟୋଜନ କରି ବେସ ଖୁସି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ସମସ୍ତ ଅତିଥିଙ୍କୁ ନବୀନ ନିଜ ଢଙ୍ଗରେ ସ୍ୱାଗତ କରିଥିଲେ । ଆତିଥ୍ୟ ଆମ ଓଡିଶାର ପରିଚୟ, କଟକରେ ଉଦଘାଟନୀ ଉତ୍ସବ ହେଉଛି ଆପଣ ମାନେ ଖୁସିତ ବୋଲି କହିଥିଲେ ନବୀନ ।

ହକି ବିଶ୍ୱକପ୍‌ ଆୟୋଜନ ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଓଡ଼ିଶାରେ ସବୁଠାରୁ ଭବ୍ୟ ଆୟୋଜନ ହୋଇଥିବା କହିଲେ ଠାକୁର। ଯେତେ ବି ବିଶ୍ୱକପ୍ ହୋଇଛି, ଓଡ଼ିଶାରେ ସବୁଠାରୁ ଭବ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସେହିପରି ଏଫଆଇଏଚ ସଭାପତି ଏହି ଅବସରରେ ଓଡିଶାର ପ୍ରଶଂସା କରିବା ସହ ଓଡିଶାକୁ ଲ୍ୟାଣ୍ଡ ଅଫ୍ ହକି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହକି ପ୍ରତି ଥିବା ଭଲ ପାଇବାକୁ ସେ ପ୍ରଶଂସା ମଧ୍ୟ କରିଥିଲେ ।

ହଜାର ହଜାର ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ସାଜିଛନ୍ତି ଓଲିଉଡ୍ ଓ ବଲିଉଡ୍ ଷ୍ଟାରଙ୍କ ମ୍ୟୁଜିକ୍‌ ଓ ଡ୍ୟାନ୍ସ ସୋ । ଏହି ଗ୍ରାଣ୍ଡ ସେଲିବ୍ରେସନର ଜଲୱା ଦେଖାଉଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ। ଏହାଛଡ଼ା ସଂଗୀତ ପରିବେଷଣ କରୁଛନ୍ତି ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ପ୍ରୀତମ ଓ ବ୍ଲାକ ସ୍ୱାନ୍‌ ଗ୍ରୁପ୍। ସମ୍ବଲପୁରୀ ନୃତ୍ୟରୁ ଆରମ୍ଭ ହୋଇଥିବା ବେଳେ, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସ୍ମିତି ମିଶ୍ର, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ରାପର ବିଗ୍ ଡିଲ୍, ରିତୁରାଜ ମହାନ୍ତି ଏବଂ ଓଲିଉଡ୍‌ ଷ୍ଟାର୍ କପଲ୍ ସବ୍ୟସାଚୀ-ଅର୍ଚ୍ଚିତାଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ଉପଭୋଗ କରିଛନ୍ତି ଦର୍ଶକ।

ଉଦଘାଟନୀ ଉତ୍ସବରେ ଷ୍ଟାଡିୟମରେ ପ୍ରାୟତଃ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଛି । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି । ପ୍ରତି ୱାର୍ଡ଼ରେ ମଧ୍ୟ ଏଲଇଡି ସ୍କ୍ରିନ୍‌ର ବ୍ୟବସ୍ଥା ହୋଇଛି । ଏଥିସହିତ ଡିଡି ଓଡିଆ, ଡିଡି ସ୍ପୋର୍ଟ ଓ ଓଡିଶା ସ୍ପୋର୍ଟ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ୍ ମଧ୍ୟ ଦେଖିପାରିବେ ।

ଉଲ୍ଲେଖଥାଉ କି, ବିଶ୍ୱକପ୍ ହକି ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+