ଚୌଦ୍ବାର ଜେଲ୍ ଭିତରେ କଏଦୀଙ୍କ ମଧ୍ୟରେ ମାରପିଟ୍, ଜଣେ କଏଦୀର ଆକ୍ରମଣରେ ଅନ୍ୟ ଜଣେ କଏଦୀ ଗୁରୁତର
ଜେଲରୁ କଏଦୀ ଚମ୍ପଟ ଘଟଣା ପରେ ପୁଣିଥରେ ଚର୍ଚ୍ଚାରେ ଚୌଦ୍ବାର ଜେଲ୍ । ଦୁଇ ଜଣ କଏଦୀଙ୍କ ମଧ୍ୟରେ ମାଡ଼ପିଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଜଣେ କଏଦୀର ଆକ୍ରମଣରେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣ କରିଥିବା କଏଦୀ କବି ସେଠ୍ ବୋଲି ଜଣାପଡିଛି ।

ସୋମବାର ସକାଳୁ ଏହି ଘଟଣା ଘଟିଥିବା ବେଳେ ଏହାକୁ ଜେଲ୍ କର୍ତ୍ତୃପକ୍ଷ ଚାପି ରଖିଥିବା ଅଭିଯୋଗ କରାଯାଇଛି । ଆଇଆଇସି ଦୀପକ ଖଣ୍ଡାୟତରାୟ ଖବର ପାଇ ଜେଲ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଘଟଣା ବିଷୟରେ ଜଣାପଡିଛି। ନିକଟରେ ଜେଲର ସେଲ ମଧ୍ୟରୁ ବିହାରର ଦୁଇ କୁଖ୍ୟାତ ଅପରାଧୀ ଚମ୍ପଟ ମାରିବା ଘଟଣାରେ ମନରୁ ଲିଭି ନଥିବା ବେଳେ ଏବେ ଏହି ଘଟଣାକୁ ନେଇ ପୁଣିଥରେ ବିବାଦକୁ ଆସିଛି ଚୌଦ୍ବାର ଜେଲ୍ ।












Click it and Unblock the Notifications